ETV Bharat / state

ଚିତ୍ରରେ ଚିତ୍ରରେ କୋରୋନା ସଚେତନତା କରୁଛି ଟିମ ହ୍ୟୁମାନିଟି - ଚିତ୍ରକଳା ମାଧ୍ୟମରେ କୋରୋନା ସଚେତନତା

ଗୋଟିଏ ଚିତ୍ର ହଜାରେ ଶବ୍ଦ କହିଥାଏ। ସେଥିପାଇଁ ଚିତ୍ରକଳା ମାଧ୍ୟମ ସଚେତନତାର ଏକ ବଡ ଆୟୁଧ। ସ୍ବେଚ୍ଛାସେବୀ ମାନେ ନିଜ ଖର୍ଚ୍ଚରୁ ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା କରୁଛନ୍ତି ଏବଂ ଏହା ଲୋକଙ୍କ ମନକୁ ଛୁଇଁଛି। କନ୍ଧମାଳର ଟିମ ହ୍ୟୁମାନିଟିର ସ୍ବେଚ୍ଛାସେବୀ ସାରା ଜିଲାରେ ଏପରି ଚିତ୍ରକଳା ମାନ କରି କରୋନା ମହାମାରୀର ଭୟବହତା ସମ୍ପର୍କରେ ସଚେତନ କରୁଛନ୍ତି। ଅଧିକ ପଢନ୍ତୁ...

art-the-best-form-for-corona-awareness
ଚିତ୍ରରେ ଚିତ୍ରରେ କୋରୋନା ସଚେତନତା କରୁଛି ଟିମ ହ୍ୟୁମାନିଟି
author img

By

Published : May 1, 2020, 8:57 PM IST

ଫୁଲବାଣୀ:ଚିତ୍ର କଥା କହେ। ଗୋଟିଏ ଚିତ୍ର ହଜାରେ ଶବ୍ଦ କହିଥାଏ। ସେଥିପାଇଁ ଚିତ୍ରକଳା ମାଧ୍ୟମ ସଚେତନତାର ଏକ ବଡ ଆୟୁଧ। ସ୍ବେଚ୍ଛାସେବୀ ମାନେ ନିଜ ଖର୍ଚ୍ଚରୁ ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା କରୁଛନ୍ତି ଏବଂ ଏହା ଲୋକଙ୍କ ମନକୁ ଛୁଇଁଛି। କନ୍ଧମାଳର ଟିମ ହ୍ୟୁମାନିଟିର ସ୍ବେଚ୍ଛାସେବୀ ସାରା ଜିଲାରେ ଏପରି ଚିତ୍ରକଳା ମାନ କରି କରୋନା ମହାମାରୀର ଭୟବହତା ସମ୍ପର୍କରେ ସଚେତନ କରୁଛନ୍ତି।

ଚିତ୍ରରେ ଚିତ୍ରରେ କୋରୋନା ସଚେତନତା କରୁଛି ଟିମ ହ୍ୟୁମାନିଟି

ଶୂନଶାନ ରାଜପଥ। ରାତିର ଅନ୍ଧକାରକୁ ସହରର ଷ୍ଟ୍ରିଟ ଲାଇଟର ଆଲୁଅ ହାଲକା କରିଦେଉଛି। ଜାତୀୟ ରାଜପଥରେ କିନ୍ତୁ କିଛି କଳାକାର କଳାକୃତି ଆଙ୍କିବାରେ ବ୍ୟସ୍ତ। ମହାମାରୀ କରୋନା ଭୂତଣୁର ଚିତ୍ର । ଏହା ସହିତ ହାତ ଧୋଇବା,ଆରୋଗ୍ୟ ଆପ ବ୍ୟବହାର କରିବାକୁ ଅପିଲ କରୁଛନ୍ତି। ନିଜ ଖର୍ଚ୍ଚରୁ 157 ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ଆଙ୍କୁଛନ୍ତି କଳାକୃତି। ଜୀବନ୍ତ ଦେଖାଯାଉଛି ସବୁ। ଫୁଲବାଣୀ ଗାନ୍ଧି ଛକ ଠାରେ ଏପରି ଚିତ୍ର ଆଙ୍କି ସଚେତନ କରୁଛନ୍ତି। ଜିଲ୍ଲାର ସାରଙ୍ଗଗଡ,ବାଲିଗୁଡା,ଟିକାବାଲି,ରାଇକିଆ ପ୍ରଭୃତି ସହରର ପ୍ରମୁଖ ଛକ ସ୍ଥାନରେ ଶତାଧିକ ଚିତ୍ରକଳା ଆଙ୍କି ଲୋକଙ୍କୁ ସଚେତନ କରୁଛନ୍ତି। ସେଥିପାଇଁ କଳାକାର ମାନେ ଖୁସି ଓ ଆତ୍ମସନ୍ତୋଷ ବ୍ୟକ୍ତ କରୁଛନ୍ତି। ଟିମ ହ୍ୟୁମାନିଟି ସଂଗଠନର ସଦସ୍ୟ ପଣ କରିଛନ୍ତି ଲୋକଙ୍କୁ ସଚେତନ କରିବା ପାଇଁ।

ପାଠୁଆ ହେଉ ଅବା ଅପାଠୁଆ ଚିତ୍ର ଦ୍ବାରା ଜାଣିପାରୁଛନ୍ତି କୋରୋନା ସମ୍ପର୍କରେ। କେବଳ ସହର ନୁହେଁ ଗାଁ ଗଣ୍ଡାରେ ଲୋକଙ୍କୁ ଛୋଟ ଛୋଟ କଳାକୃତି ମାଧ୍ୟମରେ ସଚେତନ କରୁଛନ୍ତି। ଏହା ସହିତ କୋରୋନା ଯୋଦ୍ଧା ପୋଲିସ,ଡାକ୍ତରଙ୍କୁ ସାଧୁବାଦ ଦେଉଛନ୍ତି ଚିତ୍ର ମାଧ୍ୟମରେ। ଜିଲ୍ଲା ମେଡିକାଲ,ଥାନା,ଦମକଳ ଅଫିସ ପ୍ରଭୃତି ସ୍ଥାନରେ ଚିତ୍ର ଆଙ୍କି ଧନ୍ୟବାଦ ଜଣାଉଛନ୍ତି। ଲୋକେଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଏହି ଚିତ୍ର ମାଧ୍ୟମରେ। କିଏ କେଉଁ ଉପାୟରେ ଲଢ଼ୁଛନ୍ତି ମହାମାରୀ କରୋନା ବିରୋଧରେ। ନିଃସ୍ବାର୍ଥପର ଭାବେ ନିଜ ଅର୍ଥରେ ଚିତ୍ରକଳା ପରି ଏକ ବଳିଷ୍ଠ ମାଧ୍ୟମରେ ବିପଦକୁ ନ ଡରି ଲୋକଙ୍କୁ ସଚେତନକରି ଚାଲିଥିବା ଏହି କଳାକାର ମାନେ ମଧ୍ୟ ନିଃସନ୍ଦେହରେ ଜଣେ ଜଣେ କୋରୋନା ଯୋଦ୍ଧା।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.