ଫୁଲବାଣୀ: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସ୍କାଣ୍ଡାଲ ମାମଲା । ଏହି ସ୍କାଣ୍ଡାଲ ମାମଲାରେ ସମ୍ପୃକ୍ତ ଥିବା ବଡବଡିଆଙ୍କ ମୁଖା ଖୋଲିବା ପାଇଁ ଦାବି କରିଛି କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ । ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ, ନେତା ଓ ପଦସ୍ଥ ଅଧିକାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ତେଣୁ ଏହାର ନିରପେକ୍ଷ ତଦନ୍ତ କରି ସମସ୍ତ ଘଟଣା ଲୋକଲୋଚନକୁ ଆଣିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଯୁବ କଂଗ୍ରେସ । ଏହି ମର୍ମରେ ଏକ ଦାବିପତ୍ର କନ୍ଧମାଳ ଏସପିଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି ।
ଏହା ବି ପଢନ୍ତୁ... ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ତଦନ୍ତକୁ ନେଇ ପ୍ରେସମିଟରେ ଗର୍ଜିଲା ବିଜେପି, ଆସନ୍ତାକାଲିଠୁ ଅହରାତ୍ର ସତ୍ୟାଗ୍ରହ
ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ଉଭୟ ବିରୋଧି ଓ ଶାସକ ଦଳର ନେତାଙ୍କ ଫୋଟ ଭାଇରାଲ ହେବାରେ ଲାଗିଛି । ଏବେବି ତାଙ୍କ ପାଖରେ ଅନେକ ଭିଡିଓ ରହିଥିବା କୁହାଯାଉଛି । ଯାହା ଲିକ ହେଲେ ବହୁ ହାଇପ୍ରୋଫାଇଲ ନେତାଙ୍କ କେଳେଙ୍କାରୀ ପଦାକୁ ଆସିବ ।
ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ପୋଲିସ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଅନେକ ନେତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଏବେ ରାଜ୍ୟରେ ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ ବୋଲି ଚର୍ଚ୍ଚା ହେଉଛି ।
ଏନେଇ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ଯୁବନେତା ସଞ୍ଜୟ କହଁର, ବସନ୍ତ ଦିଗାଲ, ଜିରିମୟ ସୁନାମାଝୀ,ଆଶୀଷ ବେହେରା, ଜାନକୀ ବଲ୍ଲଭ ପଟ୍ଟନାୟକ,ଚନ୍ଦନ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, କନ୍ଧମାଳ