ETV Bharat / state

ଠାକୁରାଣୀ ଯାତ୍ରାରେ ପ୍ରବଳ ଭିଡ: ମିଳିଲାନି ରାସ୍ତା, ଅଧଘଣ୍ଟା ଫସିଲା ଆମ୍ବୁଲାନ୍ସ - ଠାକୁରାଣୀ ଯାତ୍ରା ପାଇଁ ଅଟକିଲା ଆମ୍ବୁଲାନ୍ସ

ମା’ ନାରାୟଣୀଙ୍କ ଯାତ୍ରା ସମୟରେ ଫୁଲବାଣୀ ସହରରେ ଦୀର୍ଘସମୟ ଅଟକି ରହିଲା ଆମ୍ବୁଲାନ୍ସ । ପୋଲିସକୁ ଦାୟୀକଲେ ସାଧାରଣ ଜନତା । ଅଧିକ ପଢନ୍ତୁ

ଠାକୁରାଣୀ ଯାତ୍ରା ସମୟରେ ପ୍ରବଳ ଭିଡ, ଅଟକି ରହିଲା ଆମ୍ବୁଲାନ୍ସ

author img

By

Published : May 29, 2022, 8:40 AM IST

ଫୁଲବାଣୀ: ମା’ ନାରାୟଣୀଙ୍କ ଯାତ୍ରା ସମୟରେ ଫୁଲବାଣୀ ସହରରେ ପ୍ରବଳ ଟ୍ରାଫିକ ସମସ୍ୟା । ରାସ୍ତାରେ ଦୀର୍ଘସମୟ ଅଟକି ରହିଲା ଆମ୍ବୁଲାନ୍ସ । ଏଥିପାଇଁ ଯାତ୍ରା କମିଟି ଏବଂ ପୋଲିସକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ବିଶେଷ କରି ପୋଲିସର ଅପାରଦର୍ଶିତା ଯୋଗୁଁ ସମସ୍ୟା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

ଠାକୁରାଣୀ ଯାତ୍ରା ସମୟରେ ପ୍ରବଳ ଭିଡ, ଅଟକି ରହିଲା ଆମ୍ବୁଲାନ୍ସ

ସହରର ମୁଖ୍ୟ ରାସ୍ତାକୁ ସର୍କୁଲାର ରୋଡରୁ ସଂଯୋଗ କରୁଥିବା ରାସ୍ତାକୁ ବାଉଁଶ ପକାଇ ଅବରୋଧ କରାଯାଉଛି । ଠିକ ସେତିକି ବେଳେ ସର୍କୁଲାର ରୋଡରେ ଠାକୁରାଣୀ ଯାତ୍ରା ପାଇଁ ରାଲିକୁ ଅନୁମତି ଦିଆଯାଉଛି । ଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଏକ ଆମ୍ବୁଲାନ୍ସ ଗୋପବନ୍ଧୁ ଛକ ଠାରୁ କୋର୍ଟ ଛକ ମଧ୍ୟରେ ଟ୍ରାଫିକ ସମସ୍ୟା ଯୋଗୁଁ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲା । ବହୁ କଷ୍ଟରେ ଆମ୍ବୁଲାନ୍ସ ଯିବାରେ ସକ୍ଷମ ହୋଇଥିଲା ।

ଟ୍ରାଫିକ କାର୍ଯ୍ୟରେ ନ୍ୟସ୍ତ ଥିବା ପୋଲିସ ଏବଂ ହୋମଗାର୍ଡ କର୍ମଚାରୀ ଟ୍ରାଫିକ ନିୟନ୍ତ୍ରଣ କରିବା ଦୂରର କଥା ବାଉଁଶ କିପରି ନ ଉଠିବ ତାହାକୁ ଗୁରୁତ୍ୱ ଦେଇଥିଲେ । ଏନେଇ ପଚାରିବାରୁ ଉପରୁ ଅର୍ଡର ଥିବା କହିଛନ୍ତି । ଯଦି ଆମ୍ବୁଲାନ୍ସରେ ଥିବା ରୋଗୀଙ୍କର କିଛି ଘଟିଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତେ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.