ETV Bharat / state

ସିଆରପିଏଫ ନୁହେଁ ଶିକ୍ଷକଙ୍କ ପାଇଁ କନ୍ଧମାଳରେ ମାଓ ପୋଷ୍ଟର

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । CRPF କ୍ୟାମ୍ପ ବଦଳରେ କନ୍ଧମାଳରେ ଅଧ୍ୟାପକ ଓ ଶିକ୍ଷକ ପଦବୀ ପୂରଣ କରାଯାଉ ବୋଲି ଏହି ମାଓ ପୋଷ୍ଟରରେ ଉଲ୍ଲେଖ କରିଛି କେକେବିଏନ ମାଓ ଡିଭିଜନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Sep 4, 2019, 4:59 PM IST

କନ୍ଧମାଳ: ଜିଲ୍ଲାରେ ପୁଣି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ସିଆରପିଏଫ କ୍ଯାମ୍ପ ଓ ଗଞ୍ଜେଇ ଚାଷ ବନ୍ଦ କରିବା ସହିତ ବିକାଶକୁ ତ୍ବରାନ୍ବିତ କରିବାକୁ ଦାବି କରିଛି ମାଓ ସଂଗଠନ। କେକେବିଏନ ମାଓ ଡିଭିଜନ ପୋଷ୍ଟର ମାରି ଚେତାବନୀ ଦେଇଛି ।

ଅପହଞ୍ଚ ଇଲାକାରେ କୁମ୍ବିଂ ଅପରେସନ ବନ୍ଦ କରି ମେଡିକାଲ କ୍ୟାମ୍ପ ପାଇଁ ଦାବି କରିବାକୁ ଅଞ୍ଚଳବାସୀଙ୍କୁ ଆହ୍ବାନ କରିଛନ୍ତି ମାଓବାଦୀ । ଏଥି ସହିତ CRPF କ୍ୟାମ୍ପ ବଦଳରେ କନ୍ଧମାଳରେ ଅଧ୍ୟାପକ ଓ ଶିକ୍ଷକ ପଦବୀ ପୂରଣ କରାଯାଉ ବୋଲି ଏହି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ।

ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେସପାଙ୍ଗା, ସାଡିଙ୍ଗିଆ ଅଞ୍ଚଳରେ ଲାଲ ବାହିନୀ ମାଓ ପୋଷ୍ଟର ଲଗାଇଥିବାବେଳେ ପୋଲିସ ଏହି ପୋଷ୍ଟର ଜବତ କରି ନାହିଁ । ପୋଷ୍ଟର ଦ୍ୱାରା ଲାଲବାହିନୀ ନିଜ ସ୍ଥିତି ଜାହିର କରିବା ସହିତ ଭୟ ସୃଷ୍ଟି କରିବାକୁ ଉଦ୍ଯମ କରୁଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ପୁଣି ବିଭିନ୍ନ ସ୍ଥାନରେ ନକ୍ସଲ ମାରିଲେ ପୋଷ୍ଟର । ସିଆରପିଏଫ କ୍ଯାମ୍ପ ବନ୍ଦ କରିବା, ଗଞ୍ଜେଇ ଚାଷ ବନ୍ଦ କରିବା, ବିକାଶକୁ ତ୍ବରାନ୍ବିତ କରିବାକୁ ଦାବି କରିଛି ମାଓ ସଂଗଠନ। କେକେବିଏନ୍ ମାଓ ଡିଭିଜନ୍ ତରଫରୁ ମରାଯାଇଛି ପୋଷ୍ଟର।Body:ପୋଲିସ ମାଓ ପୋଷ୍ଟର ଜବତ କରି ନାହିଁ । ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେସପାଙ୍ଗା,ସାଡିଙ୍ଗିଆ ଅଂଚଳରେ ପୋଷ୍ଟର ଲଗାଇଛନ୍ତି ଲାଲ ବାହିନୀ।Conclusion:ପୋଷ୍ଟର ଦ୍ୱାରା ଲାଲବାହିନୀ ସ୍ଥିତି ଜାହିର କରିବା ସହିତ ଭୟ ସୃଷ୍ଟି କରିବାକୁ ଉଦ୍ଯମ କରୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.