ETV Bharat / state

୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ - ଜଗା ବଳିଆ ଖବର

କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ, ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ । ଏନେଇ ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି । ଜଗାର ଅବସ୍ଥା ପୂର୍ବ ପରି ସ୍ଥିର ରହିଛି । ଅଧିକ ପଢନ୍ତୁ

୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ
୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ
author img

By

Published : Jul 4, 2022, 4:05 PM IST

ଫୁଲବାଣି: ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ, ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ । ଏନେଇ ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି । ଜଗାର ଅବସ୍ଥା ପୂର୍ବ ପରି ସ୍ଥିର ରହିଛି । ସେ ସ୍ବାଭାବିକ ଭାବେ ଚଲାବୁଲା କରିବା ସହ ଜୀବନ ନିର୍ବାହ କରୁଛି । ତା’ର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ବୋଲି ନିୟମିତ ଭାବେ ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା ଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ଦୀପକ ଗୁପ୍ତା ପ୍ରକାଶ କରିଛନ୍ତି । ଗତ ୧୬ ତାରିଖରେ କଟକ ବଡ ମେଡିକାଲରେ ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଠାକୁ ଡାକ୍ତର ଗୁପ୍ତା ଆସି ପରୀକ୍ଷା ନୀରିକ୍ଷା କରିଥିଲେ । ଚେକ୍‌ଅପ ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ବିଶେଷ କରି ତାର ଖପୁରୀ ପ୍ରତିରୋପଣ ପାଇଁ ଡାକ୍ତରୀ ଟିମ ମଧ୍ୟରେ ଆଲୋଚନା ହୋଇଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରି ଆସନ୍ତା ୩ ବର୍ଷ ମଧ୍ୟରେ ଖପୁରୀ ପ୍ରତିରୋପଣ କରିବାକୁ ନିଷ୍ପତି ନିଆଯାଇଥିଲା ।

୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ

ଏନେଇ ଜଗାର ବାପା ଭୂୟାଁ କହଁର ଖୁସି ବ୍ୟକ୍ତ କରିଛନ୍ତି । ପୁଅ ଶୀଘ୍ର ଭଲ ହୋଇ ଘରକୁ ଫେରିବ । ଆମେ ଦୀର୍ଘ ୫ ବଷରୁ ଉର୍ଦ୍ଧ୍ବ ସମୟ ହେଲାଣି ଘରକୁ ଯାଇ ପାରୁନୁ । ଜଗାର ଖପୁରୀ ପ୍ରତିରୋପଣ ହେଲା ପରେ ସେ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ଜୀବନ ବଞ୍ଚିବ । ଏହାଠାରୁ ଅଧିକ ଖୁସି ଆମ ପାଇଁ କିଛି ନାହିଁ ବୋଲି ଭୂୟାଁ କହଁର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତ ବିଲୁପଦର ଗ୍ରାମରେ ଭୂୟାଁ କହଁର ସ୍ତ୍ରୀ ପୁଷ୍ପାଞ୍ଜଳୀ ଏକ ଯୋଡା ମୁଣ୍ଡ ଶିଶୁ ଫିରିଙ୍ଗିଆ ମେଡିକାଲରେ ଜନ୍ମ ଦେଇଥିଲେ । ସେଠାର ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏଭଳି ଶିଶୁଙ୍କ ଅସ୍ତ୍ରୋପଚାର ସେଠାରେ ହୋଇପାରିବ ନାହିଁ କହି ଡାକ୍ତର କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ସେଠାରେ ଡାକ୍ତର ଚେଷ୍ଟା କରି ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା କରିହେବ ନାହିଁ କହିଥିଲେ ।

ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଇଥିଲେ । ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆର ଅସ୍ତ୍ରୋପଚାର କରିବାକୁ ସରକାର ସ୍ଥିର କରିବା ସହ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ୨୦୧୭ ଅକ୍ଟୋବରରେ ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲା । ହେଲେ କିଛି ଦିନ ପରେ ବଳିଆଙ୍କ ମୃତ୍ୟୁ ହୋଇଥିଲା । ଜଗା ଆଜି ପର୍ଯ୍ୟନ୍ତ ସୁସ୍ଥ ରହିବା ସହ ସ୍ବାଭାବିକ ଜୀବନ ବଞ୍ଚୁଛିି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.