ETV Bharat / state

ଗାଁରେ ଟାୱାର ସ୍ଥାପନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ - ଟାୱାର ସ୍ଥାପନ ପାଇଁ ଅଦାସୀପଡ଼ା ପଞ୍ଚାୟତବାସୀଙ୍କ ଦାବି

କନ୍ଧମାଳ ଜିଲ୍ଲା ଅଦାସୀପଡ଼ା ପଞ୍ଚାୟତ ବାସୀ ଟାୱାର ସ୍ଥାପନ ନ ହେଲେ ଭୋଟ ଦେବେ ନାହିଁ ବୋଲି ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ

ଗାଁରେ ଟାୱାର ସ୍ଥାପନ ଦାବିରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ

author img

By

Published : Jan 8, 2022, 10:06 PM IST

ଫୁଲବାଣୀ: ଜିଓ ଟାୱାର ନାହିଁ ତ, ଭୋଟ ନାହିଁ । ଜିଲ୍ଲାପାଳଙ୍କ ସମ୍ମୁଖରେ ଏଭଳି ଦାବି ରଖିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଅଦାସୀପଡ଼ା ପଞ୍ଚାୟତବାସୀ । ଟାୱାର ଦାବିରେ ଏହି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗାଁରେ ଟାୱାର ସ୍ଥାପନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ବରେ ଶତାଧିକ ଲୋକେ ଜିଲ୍ଲାପାଳ ଅଫିସ ଆସି ଦାବି ପତ୍ର ଦେଇଛନ୍ତି । ଏହା ସହିତ ଯଦି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଓ ଟାୱାର ବସା ନ ଯାଏ ତା' ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତ ବାସୀ ।

ସେମାନଙ୍କ କହିବାନୁସାରେ ଅନ ଲାଇନରେ ପାଠପଢା ହେଉଥିବାବେଳେ ନେଟୱର୍କ ନଥିବା କାରଣରୁ ଛାତ୍ରଛାତ୍ରୀମାନେ ପଢି ପାରୁ ନାହାନ୍ତି । ଏହାସହିତ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି 108 ଆମ୍ବୁଲାନ୍ସକୁ ଫୋନ ମଧ୍ୟ କରି ହେଉନାହିଁ । ଏଭଳି ଅନେକ ସମସ୍ୟା ଉପୁଜୁଥିବାରୁ ଲୋକମାନେ ଟାୱାର ସ୍ଥାପନ ପାଇଁ ଦାବି କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.