ETV Bharat / state

ସୁନେଲିଙ୍କ ସହ କଥା ହେଲେ ଅଭିନେତ୍ରୀ ବର୍ଷା.. - kandhamal little superstar suneli

ସେ ଦିବ୍ୟାଙ୍ଗ ସତ ହେଲେ ଡ୍ୟାନ୍ସ ପାଇଁ ଦିୱାନା । ବୟସ 11 ବର୍ଷ ହେଲେ ବି ଚାଲିବାକୁ ଅକ୍ଷମ । କିନ୍ତୁ ନାଚିବାକୁ କେବେ ପଛ ଘୁଞ୍ଚା ଦେଇ ନାହାନ୍ତି । ବରଂ ଗୀତ ବାଜିଲେ ହାତରେ ଏଭଳି ଏକ୍ସପ୍ରେସନ ଦେଇ ନାଚନ୍ତି ଯେ, ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଘଡିଏ ଦେଖିବ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗାର ଝିଅ ସୁନେଲି । ଆଜି ଭିଡିଓ କଲରେ ସୁନେଲୀଙ୍କର ସହ କଥା ହୋଇ ଅଚ୍ୟୁତ ସାମନ୍ତଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ଦିବ୍ୟାଙ୍ଗ ସୁନେଲିଙ୍କ ଡ୍ୟାନ୍ସରେ ବିମୋହିତ ବର୍ଷା, ଟ୍ବିଟ କରି ସାହାଯ୍ୟ ପାଇଁ କଲେ ଅପିଲ

author img

By

Published : Oct 3, 2020, 6:36 PM IST

Updated : Oct 3, 2020, 7:42 PM IST

ଫୁଲବାଣୀ: କୁହନ୍ତି ପ୍ରତିଭା କେବେ ଲୁଚି ରହେନା । ସେ ଯେତେ ବାଧାବିଘ୍ନ ଆସୁ ପଛେ ଯଦି କିଛି କରିବାର ଇଚ୍ଛା ଥାଏ ତାହା ପୁରଣ ହେବା ସହ ଲୋକ ଲୋଚନକୁ ମଧ୍ୟ ଆସିଥାଏ । ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି କନ୍ଧମାଳର 11 ବର୍ଷର ଝିଅ ସୁନେଲି । ସେ ଦିବ୍ୟାଙ୍ଗ ହୋଇଥିଲେ ବି ତାଙ୍କ ଦମଦାର ଡ୍ୟାନ୍ସ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ନିକଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଟ୍ବିଟ କରି କୁନି ଝିଅକୁ ସାହାଯ୍ୟ କରିବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ସୁନେଲିଙ୍କ ସହ କଥା ହେଲେ ଅଭିନେତ୍ରୀ ବର୍ଷା..

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା କଲୋନୀ ସାହିରେ ସୁନେଲିଙ୍କ ଘର । ସୁନେଲିଙ୍କର ଦୁଇଟି ଗୋଡ ଅଛି ସତ , ହେଲେ ଜନ୍ମରୁ ଛିଡା ହେବାକୁ ଅକ୍ଷମ । ହେଲେ ନାଚିବାକୁ ଖୁବ ଭଲ ପାଆନ୍ତି ସୁନେଲି । ସେଥିପାଇଁ ବସି ବସି ହାତରେ ବିଭିନ୍ନ ପୋଜ ଦେଇ ନାଚନ୍ତି । ଆଉ ଗୀତ ବାଜିବା କ୍ଷଣି ସେ ଏପରି ନାଚନ୍ତି ଯେ ତାଙ୍କ ନାଚ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସହ ନିଜେ ମଧ୍ୟ ନାଚିବାକୁ ଇଚ୍ଛା କରିବ ।

ଦିବ୍ୟାଙ୍ଗ ସୁନେଲିଙ୍କ ଡ୍ୟାନ୍ସରେ ବିମୋହିତ ବର୍ଷା, ଟ୍ବିଟ କରି ସାହାଯ୍ୟ ପାଇଁ କଲେ ଅପିଲ
ଦିବ୍ୟାଙ୍ଗ ସୁନେଲିଙ୍କ ଡ୍ୟାନ୍ସରେ ବିମୋହିତ ବର୍ଷା, ଟ୍ବିଟ କରି ସାହାଯ୍ୟ ପାଇଁ କଲେ ଅପିଲ

ନାଚ ସହ ପାଠ ପଢିବାକୁ ମଧ୍ୟ ଭଲ ପାଆନ୍ତି ସୁନେଲି । ହେଲେ ଆଜି ଯାଏଁ ସେ ସ୍କୁଲ ବାରଣ୍ଡା ବି ମାଡି ନାହାନ୍ତି । ସୁନେଲିଙ୍କ ବାପା ଜମେ ଦିନ ମଜୁରିଆ ହୋଇଥିବା ବେଳେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବାରୁ ସେ ଆଜି ଯାଏଁ ଶିକ୍ଷାରୁ ବଞ୍ଚିତ । ସେପଟେ ସୁନେଲିଙ୍କ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳି ନାହିଁ । ସେପଟେ ଗଣମାଧ୍ୟମରେ ଏହି ଭିଡିଓ ଦେଖିବା ପରେ ଓଲିଉଡ ଅଭିନେତ୍ରୀ ସୁନେଲିଙ୍କୁ ସହାୟତା ଦେବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଟ୍ବିଟ କରି ନିବେଦନ କରିଛନ୍ତି ।

ଏହାସହ ସେ ଆଜି ଭିଡିଓ କଲରେ ସୁନେଲୀଙ୍କ ସହ କଥା ହୋଇ ଅଚ୍ୟୁତ ସାମନ୍ତଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2020, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.