ETV Bharat / state

ଅପହୃତ କରିନେଇଥିବା ଗାଁ ସାଥୀଙ୍କୁ ଛାଡିଲେ ମାଓବାଦୀ - ମାଓବାଦୀ

ଫିରିଙ୍ଗିଆ ବ୍ଲକ ସୂମେରବନ୍ଧ ପଞ୍ଚାୟତର ବାତାମାସ୍କାର ଗାଁ ସାଥୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ । ଗୁରୁବାର ସେ ପୁଣି ଗାଁକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଅପହୃତ କରିନେଇଥିବା ଗାଁ ସାଥୀଙ୍କୁ ଛାଡିଲେ ମାଓବାଦୀ

author img

By

Published : Aug 20, 2020, 4:51 PM IST

ଫୁଲବାଣୀ: ଅପହୃତ କରିନେଇଥିବା ଗାଁ ସାଥୀଙ୍କୁ ଛାଡିଲେ ନକ୍ସଲ। କେକେବିଏନ ନକ୍ସଲ ଡିଭିଜନର ସପ୍ତାହ ବ୍ୟାପୀ ବନ୍ଦ ଡାକରାର ପ୍ରଥମ ଦିନ ଜଣେ ଗାଁ ସାଥୀକୁ ଉଠେଇ ନେଇଥିଲେ ସଶସ୍ତ୍ର ମାଓବାଦୀ। ଫିରିଙ୍ଗିଆ ଥାନା ଅଞ୍ଚଳ ସୁମେରବନ୍ଧ ପଞ୍ଚାୟତର ଗାଁ ସାଥୀଙ୍କୁ ଛାଡିଛନ୍ତି ମାଓବାଦୀ।

ନକ୍ସଲ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ବାତାମାସ୍କାର ଗାଁ ସାଥୀଙ୍କୁ ୧୭ ତାରିଖ ରାତିରେ ଉଠେଇ ନେଇଥିଲେ ମାଓବାଦୀ। କିଛି ଦିନ ଧରି ସେ ଗାଁରେ ରହୁ ନ ଥିବାରୁ ସନ୍ଦେହ କରିଥିଲା ଲାଲବାହିନୀ। ତାଙ୍କୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଅଜଣା ସ୍ଥାନରେ କଙ୍ଗାରୁ କୋର୍ଟରେ ହାଜର କରି ତାଗିଦ କରିଥିଲା ଲାଲ ବାହିନୀ। ତେବେ ଆଜି(ଗୁରୁବାର) ସେ ଗାଁକୁ ଫେରିଛନ୍ତି। ଘଟଣା ସମ୍ପର୍କରେ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ପାଇଥିବାବେଳେ ଏନେଇ ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି।

ପରିବାର ଲୋକେ ଆଶ୍ବସ୍ତ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ଆସନ୍ତା ୨୪ ଯାଏଁ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.