ETV Bharat / state

ଖ୍ରୀଷ୍ଟମାସ ଡେ' ପାଳନକୁ ନେଇ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ - phulbani review meeting Christmas Day

କନ୍ଧମାଳରେ ଖ୍ରୀଷ୍ଟମାସ ଡେ' ପାଳନକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ତେବେ ଘରେ ଘରେ ପର୍ବ ପାଳନ ହେବ ସହ ଚର୍ଚ୍ଚ ମାନଙ୍କରେ କୋଭିଡ କଟକଣା ଜାରି ରହିଥିବାରୁ ମାତ୍ର ୧୫ଜଣଙ୍କୁ ନେଇ ଏହା ପାଳନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ଅଧିକ ପଢନ୍ତୁ...

କନ୍ଧମାଳ ଖ୍ରୀଷ୍ଟମାସ ଡେ ପାଳନକୁ ନେଇ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

author img

By

Published : Dec 21, 2020, 8:29 PM IST

ଫୁଲବାଣୀ : ଆଗକୁ ଆସୁଛି ଖ୍ରୀଷ୍ଟମାସ ଡେ' । ପ୍ରତିବର୍ଷ କନ୍ଧମାଳ ଜିଲ୍ଲାରେ ଏହି ପର୍ବ ପାଳନକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଥାଏ । ବିଭିନ୍ନ ଦୃଷ୍ଟିରୁ ଏହା ସମ୍ବେଦନଶୀଳ ହୋଇଥିବାରୁ ଜିଲ୍ଲାରେ ବଡ଼ଦିନ ପର୍ବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଥାଏ। ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଶାନ୍ତି କମିଟି ବୈଠକ ଆୟୋଜନ ସହ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ହୁଏ।

କନ୍ଧମାଳ ଖ୍ରୀଷ୍ଟମାସ ଡେ ପାଳନକୁ ନେଇ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

ଆଜି(ସୋମବାର) ଫୁଲବାଣୀରେ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ କରାଯାଇଛି । ସମସ୍ତେ ସଦଦ୍ଭାବ ସହିତ ପର୍ବ ପାଳନ କରିବାକୁ ନିଷ୍ପତି ହୋଇଛି । ତେବେ ଘରେ ଘରେ ପର୍ବ ପାଳନ ହେବ ସହ ଚର୍ଚ୍ଚ ମାନଙ୍କରେ କୋଭିଡ କଟକଣା ଜାରି ରହିଥିବାରୁ ମାତ୍ର ୧୫ ଜଣଙ୍କୁ ନେଇ ଏହା ପାଳନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ଅନେକ ଲୋକ ଏହି ସଂଖ୍ୟା ବଢ଼ାଇବା ଓ ଖୋଲାଖୋଲି ପାଳନ କରିବାକୁ ଦାବି କରିଛନ୍ତି ।

ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ଆୟୋଜନ କରାଯାଇଛି । ଜିଲ୍ଲାପାଳ ଡା. ବୃନ୍ଦା ଡି, ଏସପି ଭିନିତ ଅଗ୍ରୱାଲଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ, ପୋଲିସ୍ ଏବଂ ବିଭିନ୍ନ ଧର୍ମ ଓ ବର୍ଗର ଲୋକେ ଯୋଗଦେଇଥିଲେ ।

କୁଇ ଆଦିବାସୀ ସମାଜ ତରଫରୁ ପ୍ରଶାସନର ନିଷ୍ପତ୍ତି ମାନିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। କରୋନା କମିନଥିବାରୁ କଟକଣା କୋହଳ ନ କରିବାକୁ ଦାବି କରାଯାଇଥିଲା। ହେଲେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ କୋହଳ କରିବାକୁ ଦାବି କରିଥିଲେ। ଏନେଇ ତର୍ଜମା ପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପ୍ରବଳ ଶୀତ ଲହରୀ ସହ କୋଭିଡ ଭୟ ରହିଥିବାରୁ ଜିଲ୍ଲା ପ୍ରଶାସନ କଟକଣା ମଧ୍ୟରେ ଏବଂ ଘରେ ଘରେ ପର୍ବ ପାଳନ କରିବାକୁ ଚିନ୍ତା କରୁଛି । ଆସନ୍ତାକାଲି ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ କରିବ ଜିଲ୍ଲା ପ୍ରଶାସନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.