ETV Bharat / state

ମୁଣ୍ଡ ଗଡ଼ାଇଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

author img

By

Published : Feb 15, 2022, 3:15 PM IST

କନ୍ଧମାଳରେ ପୁଣି ମୁଣ୍ଡ ଗଡ଼ାଇଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ଅଧିକ ପଢ଼ନ୍ତୁ

a man was killed by Maoists in kandhamal on doubt of police informer
ମୁଣ୍ଡ ଗଡ଼ାଇଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଫୁଲବାଣୀ: କନ୍ଧମାଳରେ ପୁଣି ମୁଣ୍ଡ ଗଡ଼ାଇଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡାରଙ୍ଗି ପଞ୍ଚାୟତ ଗୁମି ଗ୍ରାମରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟାଇଛନ୍ତି ମାଓବାଦୀ । ମୃତ ଯୁବକ ସେହି ଗାଁର ୩୨ ବର୍ଷୀୟ ଯୁବକ କପିଳ ମାଝି ବୋଲି ଜଣାପଡ଼ିଛି ।

ସେପଟେ ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗତ କିଛି ଦିନ ପୂର୍ବରୁ ଏହି ପଞ୍ଚାୟତରେ ଭୋଟ ବର୍ଜନ ପାଇଁ ପୋଷ୍ଟର ଓ ବ୍ୟାନର ମାରିଥିଲେ ମାଓବାଦୀ l ସେହିପରି ଗତ କିଛି ମାସ ପୂର୍ବରୁ ଭଣ୍ଡାରଙ୍ଗୀ ସରପଞ୍ଚଙ୍କ ପୁଅକୁ ମଧ୍ୟ ନିର୍ମମଭାବେ ହତ୍ୟା କରିଥିଲେ ମାଓବାଦୀ l

ଗତ ସପ୍ତାହରେ ମାଓବାଦୀମାନେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡୀଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ପୋଷ୍ଟର ଓ ବ୍ୟାନର ମାରିଥିଲେ । ଉକ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କ JCB ଓ ଟ୍ରାକ୍ଟର ଆଦି ପୋଡ଼ି ଦେଇଥିଲେ l ଏହା ବ୍ୟତୀତ ଏଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣଙ୍କ ମୃତ୍ଯୁ ମଧ୍ୟ ଘଟିଥଲା l ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.