ଫୁଲବାଣୀ:ଦେଖୁ ଦେଖୁ ଜଳିଗଲା ବସ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ରୁଦ୍ରକାଳୀ ନାମକ ଘରୋଇ ବସରେ ହଠାତ୍ ନିଆଁ ଲାଗି ଜଳି ଯାଇଥିବା ଦେଖିବାକୁ ମିଳିଛି । ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବାବେଳେ 30 ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ବସଟି ଆଜି ସକାଳୁ କଳାହାଣ୍ଡି ଜିଲ୍ଲାର ଏମ.ରାମପୁରରୁ ଭଞ୍ଜନଗର ଅଭିମୁଖେ ବାହାରିଥିଲା । ବାଲିଗୁଡ଼ାରୁ ୧୦ କିଲୋମିଟର ଧୁଙ୍ଗିଆଦିଆ ଘାଟି ଉଠୁଥିବା ସମୟରେ ହଠାତ୍ ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିବା କହିଛନ୍ତି ଡ୍ରାଇଭର । ଗାଡ଼ିରେ ଥିବା ପାଖାପାଖି ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସେପଟେ ହଠାତ୍ ନିଆଁ ଲାଗି ଯାଇଥିବାରୁ ଗାଡିରେ ଥିବା କିଛି ଜିନିଷପତ୍ର କଢା ଯାଇ ନପାରିବାରୁ ସବୁ କିଛି ଜଳି ପୋଡି ପାଉଁଶ ହୋଇଯାଇଛି । ଜଣେ ଯୁବତୀଙ୍କ ସାର୍ଟିଫିକେଟ, ଟଙ୍କା ଓ ମୋବାଇଲ୍ ମଧ୍ୟ ଗାଡ଼ି ଭିତରେ ଜଳି ପାଉଁଶ ହୋଇଯାଇଥିବା ଜଣାପଡିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ