ETV Bharat / state

ରୋଗୀ ଛାଡି ଗଞ୍ଜେଇ ବୋହୁଛି ଆମ୍ବୁଲାନ୍ସ

author img

By

Published : Jan 25, 2020, 10:26 PM IST

ଗଞ୍ଜେଇ ଚାଲାଣ ପାଇଁ ମାଫିଆଙ୍କ ନୂଆ ଉପାୟ । ଆମ୍ବୁଲାନ୍ସରେ ଚାଲାଣ ହେଉଛି ଗଞ୍ଜେଇ । ଏଭଳି ଏକ ଗଞ୍ଜେଇ ଭର୍ତ୍ତି ଆମ୍ବୁଲାନ୍ସକୁ ଜବତ କରିଛି କନ୍ଧମାଳ, ଫିରିଙ୍ଗିଆ ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

82 kg ganja seized in kandhamal
ରୋଗୀ ଛାଡି ଗଞ୍ଜେଇ ବୋହୁଛି ଆମ୍ବୁଲାନ୍ସ

ଫୁଲବାଣୀ: ଗଞ୍ଜେଇ ଚାଲାଣର ନୂଆ ତରିକା । ଆମ୍ବୁଲାନ୍ସରେ ରୋଗୀ ନୁହେଁ ବୁହାହେଉଛି ଗଞ୍ଜେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ।

ରୋଗୀ ଛାଡି ଗଞ୍ଜେଇ ବୋହୁଛି ଆମ୍ବୁଲାନ୍ସ

ଏକ ଆମ୍ବୁଲାନ୍ସରେ କନ୍ଧମାଳରୁ ରାଜଧାନୀ ଭୁବନେଶ୍ବରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ଫିରିଙ୍ଗିଆ ପୋଲିସ । ଏଥିସହ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ଆମ୍ବୁଲାନ୍ସର ମାଲିକ ଅଜୟ କୁମାର ପ୍ରଧାନ । ତାଙ୍କ ଘର ଖୋର୍ଦ୍ଧାର ଜଙ୍କିଆ ଅଞ୍ଚଳରେ । ଗିରଫ ପରେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ସୂଚନା ଅନୁସାରେ, ଅଜୟ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଭର୍ତ୍ତି କରି ଅତି ଚତୁରତାର ସହିତ ଗଞ୍ଜେଇ ଚାଲାଣ କରୁଥିଲା । ଖବର ପାଇ ଫିରିଙ୍ଗିଆ ପୋଲିସ ଭୃଙ୍ଗିଯୋଡି ନିକଟ କୁଡୁରା ଗାଁରେ ଆମ୍ବୁଲାନ୍ସଟିକୁ ଜବତ କରିଥିଲା । ଜବତ ଗଞ୍ଜେଇର ମୂଲ୍ୟ 3 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆ ମାନେ ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଆମ୍ବୁଲାନ୍ସରେ ସାଇରନ ବଜେଇ ଗଂଜେଇ ନେଉଥିଲେ ଚାଲାଣକାରୀ। କନ୍ଧମାଳରୁ ରାଜଧାନୀକୁ ଚାଲାଣ ହେଉଥିଲା ଆମ୍ବୁଲାନ୍ସରେ ଗଞ୍ଜେଇ। ଆମ୍ବୁଲାନ୍ସ ମାଲିକ ତଥା ଚାଲାଣକାରୀ ଖୋର୍ଦ୍ଧା ଜଙ୍କିଆର ଅଜୟ କୁମାର ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଜିଲ୍ଲା ଜେଲକୁ ଯାଇଛି ଚାଲାଣ କାରୀ।

Body:ଏସପିଙ୍କ ଠାରୁ ସୂଚନା ପାଇବା ପରେ ଫିରିଙ୍ଗିଆ ଥାନା ଅଞ୍ଚଳର ଭୃଙ୍ଗିଯୋଡି ନିକଟ କୁଡୁରା ଗାଁ ଠାରେ ଏହି ଗଂଜେଇ ଭର୍ତି ଆମ୍ବୁଲାନ୍ସକୁ ଜବତ କରିଥିଲା।ସେଥିରୁ ପ୍ରାୟ 82 କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି।
ବାଇଟ(୧) ମହେନ୍ଦ୍ର କୁମାର ମୁର୍ମୁ,ଏସ ଡି ପି ଓ,ଫୁଲବାଣୀ ସଦର

Conclusion:ଜିଲ୍ଲାରେ ଗଞ୍ଜେଇ କାରବାର ଏକ ଭୟଙ୍କର ରୁପ ନେବାରେ ଲାଗିଛି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.