ETV Bharat / state

ଗାଁ ବୈଠକରୁ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର - କନ୍ଧମାଳ ଖବର

ଗାଁ ବୈଠକରୁ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା ମାଲଗୁଣ୍ଡ୍ରି ଗ୍ରାମରେ ଏକ ପାରିବାରିକ ମାମଲାରେ ବୈଠକ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ । ଅଘଟଣରେ ୬ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତ୍ତି । ଗ୍ରାମରେ ଶୃଙ୍ଖଳା ରକ୍ଷା ଦିଗରେ ଗ୍ରାମବାସୀଙ୍କ ସହ ଥାନା ଅଧିକାରୀଙ୍କ ଆଲୋଚନା ।

ଗାଁ ବୈଠକରୁ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର
ଗାଁ ବୈଠକରୁ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର
author img

By

Published : Jun 3, 2022, 10:42 PM IST

ଫୁଲବାଣୀ: ଗାଁ ବୈଠକରୁ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡା ଗ୍ରାମପଞ୍ଚାୟତର ମାଲଗୁଣ୍ଡ୍ରି ଗ୍ରାମରେ ଗୋଷ୍ଠୀ ସଙ୍ଘର୍ଷ । ପରସ୍ପର ମଧ୍ୟରେ ମରଣାନ୍ତକ ଆକ୍ରମଣରେ ଦୁଇ ଗୋଷ୍ଠୀରୁ ଅନେକ ଆହତ ହୋଇଥିବାବେଳେ ୬ ଜଣଙ୍କୁ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ମାଲଗୁଣ୍ଡ୍ରି ଗ୍ରାମରେ ଏକ ପାରିବାରିକ ମାମଲାରେ ବୈଠକ ଚାଲିଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ସାଧାରଣ ବଚସାରୁ ପରସ୍ପରକୁ ଆକ୍ରମଣ ଆରମ୍ଭ ହୋଇଥିଲା । ଏଥିରେ ଗ୍ରାମର ଭୀଷ୍ମ ସେଠୀ, ସୁଦାମ ସେଠୀ, ସୁନିଲ ସେଠୀ, ଅଶ୍ବିନୀ ସେଠୀ, ଗୁଞ୍ଜଲ ସେଠୀ ଓ ସନ୍ତୋଷ ସେଠୀ ଆହତ ହୋଇଥିବା ବେଳେ ଭୀଷ୍ମଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଫୁଲବାଣୀ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ଖଜୁରୀପଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ଗ୍ରାମରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.