ETV Bharat / state

ପୃଥକ ଦୁର୍ଘଟଣାରେ 2 ଆହତ - କନ୍ଧମାଳ

କନ୍ଧମାଳ ଜିଲ୍ଲାର 2ଟି ପୃଥକ ସ୍ଥାନରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାବେଳେ ଗ୍ୟାସ ଲିକ ହୋଇ ଯୁବକ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 25, 2019, 1:16 PM IST

ଫୁଲବାଣୀ: ଜିଲ୍ଲାର 2 ଦୁଇଟି ପୃଥିକ ପୃଥକ ସ୍ଥାନରେ ଅଘଟଣ । ଗ୍ୟାସ ଲିକ କାରଣରୁ ଜଣେ ଯୁବକ ଆହତ ହୋଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ତୁମୁଡିବନ୍ଧ ଅଞ୍ଚଳରେ ପ୍ରଦୀକ କୁମାର(20) ଓ ଫୁଲବାଣୀ ସଦର ବ୍ଲକର ବାନାମ୍ବର କହଁର ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ରବିବାର ବିଳମ୍ବିତ ରାତିରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ପ୍ରଦୀପ କୁମାର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ତେବେ ଏହି ଦୁର୍ଘଟଣାରୁ ଅନ୍ୟମାନେ ବର୍ତ୍ତିଯାଇଥିବା ବେଳେ ପ୍ରଦୀପଙ୍କ ଶରୀରର 60 ପ୍ରତିଶତ ପୋଡିଯାଇଛି । ତେବେ ତାଙ୍କୁ ତୁରନ୍ତ ବାଲିଗୁଡା ଉପଖଣ୍ଡ ମେଡିକାଲ ନିଆଯାଇଥିବା ବେଳେ ପରେ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ, ଫୁଲବାଣୀ ସଦର ବ୍ଲକ ଦାମିଗାଓଁର ଆମ୍ବପଡାରେ ଝୁଲି ରହିଥିବା 33 କେଭି ବିଦ୍ୟୁତ ତାର ଲାଗି ବୃଦ୍ଧ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର 70 ପ୍ରତିଶତ ପୋଡିଯାଇଥିବା ଜଣାପଡ଼ିଛି । ତେବେ ବିଦ୍ୟୁତ ତାର ଝୁଲି ରହିଥିବା ନେଇ ପୂର୍ବରୁ ଅଭିଯୋଗ ହେଉଥିଲେ ମଧ୍ୟ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରିବା ସହ ଥାନାରେ ଏତଲା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.