ETV Bharat / state

କନ୍ଧମାଳରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୨ ମୃତ; ୯ ଆହତ - ବାଇକ ଦୁର୍ଘଟଣାରେ ୨ ମୃତ

Kandhamal Road Accident: କନ୍ଧମାଳରେ ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

କନ୍ଧମାଳରେ ସଡକ ଦୁର୍ଘଟଣା
କନ୍ଧମାଳରେ ସଡକ ଦୁର୍ଘଟଣା
author img

By ETV Bharat Odisha Team

Published : Dec 9, 2023, 10:59 AM IST

Updated : Dec 9, 2023, 3:02 PM IST

କନ୍ଧମାଳରେ ପୃଥକ ପୃଥକ ସଡକ ଦୁର୍ଘଟଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଦିନ ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଘୁ ଉଦୟଗିରି ବ୍ଲକର ନିଲୁଙ୍ଗିଆ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩ ଜଣ ଆହତ ହୋଇଥିଲେ । ଏହାପରେ ବାଲିଗୁଡା ଅଞ୍ଚଳରେ ଆଉ ଏକ ବାଇକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ନୂଆଗାଁ ବ୍ଲକ ବିରନ୍ଦାପଡ଼ା ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ ଏବଂ ଘୁ ଉଦୟଗିରି ବ୍ଲକ କତିଙ୍ଗିଆ ଗ୍ରାମର ବୈକୁଣ୍ଠ ପ୍ରଧାନ ନାମକ ଦୁଇ ଜଣ ବ୍ୟକ୍ତି ଏକ ହୋଣ୍ଡା ହୋର୍ନେଟ ବାଇକରେ ଯାଉଥିବା ବେଳେ ମଣ୍ଡାକିଆ ପଞ୍ଚାୟତ ଅନ୍ତର୍ଗତ ବୁଦ୍ରୀଙ୍ଗିଆ ଗ୍ରାମର ରାଜୀବ ପ୍ରଧାନ ଏବଂ ଜ୍ଞାନଚନ୍ଦ୍ର ପ୍ରଧାନ ଲାଇଟ୍ ନଥିବା ଅନ୍ୟ ଏକ ବାଇକରେ ମୋବାଇଲ ଲାଇଟ୍ ସାହାଯ୍ୟରେ ବିପରୀତ ଦିଗକୁ ଆସୁଥିଲେ । ଏହି ସମୟରେ ନିଲୁଙ୍ଗିଆ ବୁଲାଣି ନିକଟରେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହାଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ୪ ଜଣ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଘୁ ଉଦୟଗିରି ଚିକିତ୍ସାଳୟକୁ ଆଣିଥିଲା । ସେଠି ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ବୈକୁଷ୍ଣ ପ୍ରଧାନ । ଏବେ ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ଶୂନ୍ୟ ମୃତ୍ୟୁ ସପ୍ତାହରେ ଗଡ଼ିଲାଣି 70 ମୁଣ୍ଡ: ହାତ ଟେକିଦେଲା ପରିବହନ ବିଭାଗ !

ଏହା ମଧ୍ୟ ପଢନ୍ତୁ: କାର-ଟିପର ମୁହାଁମୁହିଁ ଧକ୍କା, ନିଆଁରେ ପୋଡି ହୋଇ 2 ଜୀବନ୍ତ ଦଗ୍ଧ

ଏହି ସମୟରେ ଜିଲ୍ଲାର ବାଲିଗୁଡା ରାଜସ୍ବ ବଙ୍ଗଳା ନିକଟରେ ସମାନ ସଡକ ଦୁର୍ଘଟଣା ଘଟିଥିଲା । ବିପ୍ଳବ ପ୍ରଧାନ ନାମକ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ୭ ଜଣଙ୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୬ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ସୁନାପାଙ୍ଗା ସାହିର ସୀମାଞ୍ଚଳ ସାହୁ ବୋଲି ପରିଚୟ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Dec 9, 2023, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.