ETV Bharat / state

ପୋଷ୍ଟାଲ୍ ବାଲଟ୍ ପେପର: ଆଗୁଆ ଭୋଟ ଦେଲେ ପୁଲିଂ କର୍ମଚାରୀ

ନୂତନ ବ୍ୟବସ୍ଥା ଦ୍ବାରା ଆଗୁଆ ଭୋଟ ଦେଲେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ ।

ଫଟୋ ସୌଜନ୍ଯ:ସମ୍ବାଦଦାତା, କନ୍ଧମାଳ
author img

By

Published : Apr 9, 2019, 11:53 PM IST

ଫୁଲବାଣୀ: ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀମାନେ ଯେପରି ମତଦାନରୁ ବଞ୍ଚିତ ନ ରୁହନ୍ତି, ସେଥି ପାଇଁ ନିର୍ବାଚନ ଆୟୋଗ ନୂଆ ପଦକ୍ଷେପ ନେଇଛନ୍ତି। ତେଣୁ ଜିଲ୍ଲାରେ ପୋଷ୍ଟାଲ୍ ବାଲଟ୍ ସାହାଯ୍ୟରେ ସେମାନେ 2ଦିନ ଧରି ଭୋଟ ଦାନ କରୁଛନ୍ତି । ଏଥିପାଇଁ ଫୁଲବାଣୀ ସରକାରୀ ପଲିଟେକନିକ କଲେଜ ଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଛଡା ଜିଲ୍ଲାର ଅନ୍ୟ 8ଟି କେନ୍ଦ୍ରରେ କର୍ମଚାରୀମାନେ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ ଲୋକସଭା କ୍ଷେତ୍ରରେ ମୋଟ 1563ଟି ବୁଥରେ ନିୟୋଜିତ 10941 ଜଣ ପୁଲିଙ୍ଗ କର୍ମଚାରୀ ଅଧିକାଂଶ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ମତଦାନ କରିଛନ୍ତି। ସେହିପରି 3ଟି ବିଧାନସଭା ପାଇଁ 659ଟି ବୁଥରେ 4613 କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ମଙ୍ଗଳବାର ସୁଦ୍ଧା 1612 ଜଣ ମତଦାନ ସାବ୍ୟସ୍ତ କରିଛନ୍ତି ।

ତେବେ ନୂତନ ବ୍ୟବସ୍ଥା ଦ୍ବାରା ଆଗୁଆ ଭୋଟ ଦେଇ ପାରିଥିବାରୁ ଖୁସି ଥିବା କହିଛନ୍ତି ପୁଲିଂ କର୍ମଚାରୀ।

କନ୍ଧମାଳାରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନ ଆଜିକାଲି ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ। ୱେବ ସିରିଜ 'ସାକ୍ରେଡ ଗେମ୍ସ'ର ସଫଳତା ପରେ ଏବେ ସେ ଏହି ୱେବ ସିରିଜର ପାର୍ଟ 2ଠାରୁ ନେଇ ତାନାଜୀ- ଦି ଅନସଙ୍ଗ ୱାରିୟର ଭଳି ଅନେକ ବିଗ ବଜେଟ କାମରେ ସୈଫ କରୁଛନ୍ତି କଠିନ ପରିଶ୍ରମ। ଆଉ ସେଥିପାଇଁ ସୈଫ ନଜର ଆସିଛନ୍ତି ନୂଆ ନଜରରେ।

ସୁତ୍ରାନୁଯାୟୀ, ସୈଫ ଏବେ ତାନାଜୀର କ୍ଲାଇମାକ୍ସ ସୁଟରେ ବ୍ୟସ୍ତ। ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ସୁଟିଂ ପାଇଁ ସୈଫଙ୍କୁ ଯେଉଁ କଷ୍ଟ୍ୟୁମ ଦିଆଯାଇଛି, ତାହା ବହୁତ ଓଜନଦାର। କିନ୍ତୁ ସୈଫ ବିନା କୌଣସି ଦ୍ବିଧାରେ ଏହାକୁ ପିନ୍ଧି ନିଜ କାମ କରିଚାଲିଛନ୍ତି। ଏହି ସିନ ପାଇଁ ସୈଫଙ୍କୁ କଡା ଟ୍ରେନିଂ ଦିଆଯାଇଥିବାବେଳେ ମେକର୍ସ ମଧ୍ୟ ତାଙ୍କୁ ଆଘାତ ନଲାଗିବାକୁ ସମସ୍ତ ପ୍ରକାର ସୁବିଧା କରିଛନ୍ତି।

ସୈଫଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବାକୁ ଗଲେ, ପତ୍ନୀ ବେବୋ ଏବେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ଗୁଡ ନ୍ୟୁଜ'ର ସୁଟିଂରେ ବ୍ୟସ୍ତ ଥିବାବେଳେ ଝିଅ ସାରା ମଧ୍ୟ ବଲିଉଡରେ ଡେବ୍ୟୁ କରି ଏବେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଫିଲ୍ମ 'ଲଭ ଆଜ କଲ 2'ର ସୁଟିଂରେ ବ୍ୟସ୍ତ। ପ୍ରକାଶ ଥାଉକି, ଫିଲ୍ମ ଲଭ ଆଜ କଲ ପିତା ସୈଫ ଓ ଦୀପିକା ପାଦୁକୋନଙ୍କ ଦ୍ବାରା ଅଭିନୀତ। ଅନ୍ୟପକ୍ଷରେ ସୈଫଙ୍କ  ପୁଅ ଇବ୍ରାହିମ ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତି କରୁଥିବାବେଳେ ଛୋଟେ ନୱାବ ତୈମୁର ଅଲ୍ଲୀ ଖାନ ଘୋଡା ସବାରୀରେ ବ୍ୟସ୍ତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.