ETV Bharat / state

କନ୍ଧମାଳରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ବେଳେ 2 ଗିରଫ, 105 କେଜି ଗଞ୍ଜେଇ ଜବତ

author img

By

Published : Feb 3, 2021, 10:32 AM IST

କନ୍ଧମାଳରୁ ଫୁଲବାଣୀ ଓ ସେଠାରୁ ରାଜଧାନୀ ଚାଲାଣ ବେଳେ ୧୦୫ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

କନ୍ଧମାଳରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ବେଳେ 2 ଗିରଫ, 105 କେଜି ଗଞ୍ଜେଇ ଜବତ
କନ୍ଧମାଳରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ବେଳେ 2 ଗିରଫ, 105 କେଜି ଗଞ୍ଜେଇ ଜବତ

ଫୁଲବାଣୀ: ଗଞ୍ଜେଇ ମାଫିଆଙ୍କ ଚରା ଭୁଇଁ ପାଲଟିଛି କନ୍ଧମାଳ । ପୋଲିସ ଗଞ୍ଜାଇ ଗଛ ନଷ୍ଟ କରିଚାଲିଛି ହେଲେ ଗଞ୍ଜେଇ ମାଫିଆ ମାନଙ୍କ ଦୈରାତ୍ମ୍ୟ ଏତେ ବଢି ଯାଇଛି ପୋଲିସକୁ ନାକେଦମ ହେବାକୁ ପଡ଼ୁଛି । କନ୍ଧମାଳରୁ ଫୁଲବାଣୀ ଓ ସେଠାରୁ ରାଜଧାନୀ ଚାଲାଣ ବେଳେ ୧୦୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ବାଇକୁମ୍ପାର ସଦାଶିବ ମହାନନ୍ଦ ଓ କାଣିବାଲିର ନାରାୟଣ କହଁରଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ । ଖଜୁରୀପଡା ଥାନା ବାସିନ୍ଦା ଫିରିଙ୍ଗିଆ କାସିନିପଦର ଠାରୁ ଅଟୋ ସାହାଯ୍ୟରେ ଭୁବନେଶ୍ବରକୁ ଗଞ୍ଜେଇ ଚାଲାଣ କରୁଥିବାବେଳେ କୈାଣସି ପ୍ରକାରେ ପୋଲିସ ସୂଚନା ପାଇଥିଲା । ଏହାପରେ ଫିରିଙ୍ଗିଆ ଥାନା ଭାର ପ୍ରାପ୍ତ ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ମାଝୀ ପଡା ଘାଟି ଠାରେ ଗଞ୍ଜେଇ ଜବତ କରିଥିଲେ । ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଫିରିଙ୍ଗିଆ ଥାନା ଭାର ପ୍ରାପ୍ତ ଅଧିକାରୀ କହିଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.