ETV Bharat / state

ଗୁଣି ଗାରେଡି ସନ୍ଦେହରେ ଘର ଭାଙ୍ଗିବା ଘଟଣା: 10 ଗିରଫ - black magic suspected in kandhamala

ଗୁଣିଗାରେଡ଼ି ସନ୍ଦେହରେ ଘର ଭାଙ୍ଗିବା ଘଟଣାରେ 10 ଜଣ ଗଲେ ଜେଲ । ସଚେତନତା ଅଭାବରୁ କନ୍ଧମାଳ ଜିଲ୍ଲାରେ ଲୋକେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ମଣିଷ ନିଜର ମଣିଷ ପଣିଆ ହରେଇ ବସୁଛି । ଅଧିକ ପଢନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ଘର ଭାଙ୍ଗିବା ଘଟଣା: 10 ଗିରଫ

author img

By

Published : Apr 1, 2021, 10:25 PM IST

ଫୁଲବାଣୀ : ଗୁଣି ଗାରେଡ଼ି ସନ୍ଦେହରେ ଘର ଭାଙ୍ଗିବା ଘଟଣାରେ 10 ଜଣ ଗଲେ ଜେଲ । ସଚେତନତା ଅଭାବରୁ କନ୍ଧମାଳ ଜିଲ୍ଲାରେ ଲୋକେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ମଣିଷ ନିଜର ମଣିଷ ପଣିଆ ହରେଇ ବସୁଛି । ନିଜ ସ୍ବାର୍ଥ ହାସଲ କରିବା ପାଇଁ ଗୁଣି-ଗାରେଡ଼ି, ଭୁତ-ପ୍ରେତ, ଡାହାଣୀ ଆଦିର ପ୍ରହେଳିକା ଦେଖାଇ ଲୋକଙ୍କୁ ଭୁଆଁ ବୁଲେଇବା ସହ ଶତ୍ରୁକୁ ମାତ୍ ଦେବାକୁ ଷଡ଼ଯନ୍ତ୍ର ରଚୁଛନ୍ତି । ହେଲେ ନିରୀହ ମଣିଷ ସବୁକିଛି ଭୁଲି ସେହି ଅନ୍ଧ ବିଶ୍ବାସକୁ ଆପଣାଇ ନେଉଛନ୍ତି ।

ଗୁଣିଗାରେଡ଼ି ସନ୍ଦେହରେ ଘର ଭାଙ୍ଗିବା ଘଟଣା: 10 ଗିରଫ

ଆଧୁନିକ ଯୁଗ ହୋଇଥିଲେ ବି ପ୍ରଶାସନିକ ସ୍ତରରେ ଜନ ସଚେତନ ଅଭାବ ପରିଲକ୍ଷିତ ହେଉଛି । ଅନେକ ସମୟରେ ଅନ୍ଧ ଗଳିର ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ବହୁ ଅପରାଧ ଘଟିଥିବା ନଜିର ରହିଛି ଏଭଳି ଏକ ଘଟଣା ଏବେ ବାଲିଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି l ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର ଡିଙ୍ଗେଲକିଆ ଗାଁରେ । ଗୁଣି ଗାରେଡ଼ି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଦୁଇଟି ଘର ଭାଙ୍ଗିଲେ ୨୦ରୁ ଉର୍ଦ୍ଧ୍ବ ଲୋକ । ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ଅନାଦି ମଳିକଙ୍କ ପରିବାର ସହ । ପିଡ଼ିତ ପରିବାରଙ୍କ ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।

ଗତ ୧୩ ତାରିଖରେ ଡିଙ୍ଗେଲକିଆ ଗ୍ରାମର ବୁଦାରା ପ୍ରଧାନଙ୍କ ସହ ଠିକ୍ ଏଭଳି ଘଟଣା ଘଟିଥିଲା । କେନ୍ଦ୍ରକରି ସେହି ଗ୍ରାମର କିଛି ଲୋକ ବୁଦାରା ପ୍ରଧାନ, ଅନାଦି ମଳିକ ଓ ତାଙ୍କ ସମ୍ପର୍କୀୟଙ୍କୁ ସାମାଜିକ ବାସନ୍ଦ ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ସେହି ଗାଁର ଜଣେ ଯୁବତୀଙ୍କୁ କାଳେଶୀ ସଜାଇ ତା ଦେହରେ ଶିବ ଠାକୁର ଉଭା ହେଉଛନ୍ତି କହି ପ୍ରଥମେ ବୁଦାରାଙ୍କୁ ଗୁଣିଆର ଆଖ୍ୟା ଦେବା ସହ ବୁଦାରାଙ୍କ ଘରେ ଭାଙ୍ଗି ଦେଇଥିଲେ ଏବଂ ଗତ ୨୮ ତାରିଖ ରାତିରେ ପୁଣି ସମାନ ଢଙ୍ଗରେ ନାଟକ କରି ଅନାଦି ମଳିକଙ୍କ ଘର ଭାଙ୍ଗି ଦେଇଥିଲେ ।

ଏନେଇ ବାଲିଗୁଡ଼ା ଥାନାରେ ମାମଲା ରୁଜୁ ହୋଇଛି । ବୁଦାରା ପ୍ରଧାନଙ୍କ ଘର ଭାଙ୍ଗିବା ଘଟଣାର କାର୍ଯାନୁଷ୍ଠାନ ବିଳମ୍ବ ହେବାରୁ ପୁଣି ସାହସ ପାଇ ଦୁର୍ବୃତ୍ତ ମାନେ 28 ତାରିଖ ରାତିରେ ପୁଣି ଅନାଦି ମଲିକଙ୍କ ଘର ଭାଙ୍ଗିଲେ ଏନେଇ ଥାନାରେ ଏତଲା ପରେ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିଥିଲେ । ଘଟଣାର ପ୍ରଚ୍ଛଦ ପଟ୍ଟ ଅନ୍ଧବିଶ୍ୱାସ ବୋଲି ପୋଲିସ୍ ଜାଣିବାକୁ ପାଇଛି l ନିଜକୁ ଶିବ ବୋଲି କହି ମିଛ ନାଟକ କରୁଥିବା ଯୁବତୀଙ୍କ ସମେତ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଏବେବି ଭୟ ଓ ଆତଙ୍କର ବାତାବରଣ ରହିଛି ଗାଁରେ ପୀଡ଼ିତ ପରିବାର ଦ୍ୱୟ ଭୟ ଓ ଆତଙ୍କର ସହ ପଞ୍ଚାୟତ ଅଫିସରେ ଆଶ୍ରୟ ନେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.