ETV Bharat / state

ମାଓବାଦୀ ନାଁରେ ସରପଞ୍ଚମାନଙ୍କୁ ଟଙ୍କା ମାଗିବା ଘଟଣା: ରିମାଣ୍ଡରେ ଅଭିଯୁକ୍ତ - ଫିରିଙ୍ଗିଆ ପୋଲିସ

ଫୁଲବାଣୀରେ ମାଓବାଦୀଙ୍କ ନାଁରେ ସରପଞ୍ଚମାନଙ୍କୁ ଧମକ ଦେବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ନାଁରେ ରହିଛି ଏକାଧିକ ଅପରାଧିକ ମାମଲା । ଅଧିକ ପଢ଼ନ୍ତୁ

ମାଓବାଦୀ ନାଁରେ ସରପଞ୍ଚମାନଙ୍କୁ ଟଙ୍କା ମାଗିବା ଘଟଣା

author img

By ETV Bharat Odisha Team

Published : Nov 24, 2023, 8:00 AM IST

Updated : Nov 24, 2023, 1:32 PM IST

ମାଓବାଦୀ ନାଁରେ ସରପଞ୍ଚମାନଙ୍କୁ ଟଙ୍କା ମାଗିବା ଘଟଣା

କନ୍ଧମାଳ: ଫୁଲବାଣୀରେ ମାଓବାଦୀଙ୍କ ନାଁରେ ସରପଞ୍ଚମାନଙ୍କୁ ଧମକ ଦେଇ ଟଙ୍କା ମାଗିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ଦିଲ୍ଲୀପ କୁମାର ଦାସକୁ ଗିରଫ କରି ରିମାଣ୍ଡରେ ନେଲା ପୋଲିସ । ସେପଟେ ପୋଲିସର ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଜଣାଇଲା ଫିରିଙ୍ଗିଆ ସରପଞ୍ଚ ସଂଘ ।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ମାସରେ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଏକାଧିକ ସରପଞ୍ଚଙ୍କ ନିକଟକୁ ଏକ ଧମକପୂର୍ଣ୍ଣ କଲ୍‌ ଆସିଥିଲା । ଯେଉଁଥିରେ କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ କେକେବିଏନ ମାଓ ସଂଗଠନର ଏରିଆ କମାଣ୍ଡର ନିଖିଲର ପରିଚୟ ଦେବା ସହ ସେମାନଙ୍କୁ ଲକ୍ଷାଧିକ ଟଙ୍କା ମାଗିଥିଲା । ଏହାପରେ ସରପଞ୍ଚମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ କିଛି ସରପଞ୍ଚ ଏନେଇ ରିଙ୍ଗିଆ ଥାନା ଓ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ..କନ୍ଧମାଳରେ ପୁଣି ମାତିଲେ ମାଓବାଦୀ , ଫିରିଙ୍ଗିଆରେ ଲଗାଇଲେ ଲାଲ୍ ବ୍ୟାନର୍

ତେବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ଅଧିକାରୀ ସୁପ୍ରସନ୍ନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସମେତ ଏଏସଆଇ ଶ୍ରୀକାନ୍ତ ପାତ୍ର, ଏଏସ୍‌ଆଇ ପ୍ରିୟ ରଞ୍ଜନ ନାୟକଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା । ପ୍ରଥମେ କଲ୍‌ ଆସିଥିବା ନମ୍ବରକୁ ଟ୍ରାକ୍‌ କରିବା ପାଇଁ ଚେଷ୍ଟା କରିଥିଲା ପୋଲିସ । ମୋବାଇଲ୍‌କୁ ଟ୍ରାକ କରି କଳାହାଣ୍ଡି, ବରଗଡ଼, ସମ୍ବଲପୁର ଜିଲ୍ଲାର ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲେ ମଧ୍ୟ ବାରମ୍ବାର ପୋଲିସକୁ ଚଖମା ଦେଖାଇ ଅଭିଯୁକ୍ତ ଖସି ଯାଉଥିଲା ।

ଅନ୍ୟପଟେ ଅଭିଯୁକ୍ତ ଜଣକ ଧଳ ବ୍ରଦର୍ସ ନାଁରେ କଟକ ସହରର ଜଣେ ବ୍ୟବସାୟୀଙ୍କ ପତ୍ନୀକୁ ଲକ୍ଷ ଲକ୍ଷ ଟଙ୍କା ମାଗିଥିବା ନେଇ ଚାଉଳିଆଗଞ୍ଜ ଥାନାରେ ମଧ୍ୟ ଏକ ମାମଲା ରୁଜ୍ଜୁ ହୋଇଥିଲା । ଯାହାକୁ ଆଧାର କରି ଚାଉଳିଆଗଞ୍ଜ ପୋଲିସ ମଧ୍ୟ ତଦନ୍ତ ଚଳାଇଥିଲା । ଓ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରୁ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ଢେଙ୍କାନାଳ ଜିଲ୍ଲାର ଗାୟତ୍ରୀ ନଗରର ଦିଲୀପ କୁମାର ଦାସ ଓରଫ ବାବୁ ହୋଇଥିବା ବେଳେ ତା ନାଁରେ ଫେକ କଲ କରି ଟଙ୍କା ମାଗିବା ନେଇ କଟକ, ଢେଙ୍କାନାଳ, କେନ୍ଦ୍ରାପଡା, ବରଗଡ଼, ସମ୍ବଲପୁର ଭଳି ଅନେକ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି ।

ଅନ୍ୟପଟେ କଟକ ଚାଉଳିଆଗଞ୍ଜ ପୋଲିସ ନିକଟରୁ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିଛି ଫିରିଙ୍ଗିଆ ପୋଲିସ । ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଫିରିଙ୍ଗିଆ ବ୍ଲକର ସରପଞ୍ଚ ସଂଘ ।

ଇଟିଭି ଭାରତ, କନ୍ଧମାଳ

Last Updated : Nov 24, 2023, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.