ETV Bharat / state

JCB ଧକ୍କାରେ ଗୋଡ଼ ହରାଇଲେ ଯୁବକ - କାଳାହାଣ୍ଡିରେ ଦୁର୍ଘଟଣା

ଭବାନୀପାଟଣାରେ ଅଭାବନୀୟ ଘଟଣା । ଜେସିବି ଧକ୍କାରେ ଶରୀରରୁ ଅଲଗା ହୋଇଗଲା ଯୁବକଙ୍କ ଗୋଡ । ଧକ୍କା ଦେଇ ଜେସିବି ଫେରାର । ଅଭିଯୋଗ ପରେ ମଧ୍ୟ ଶୁଣୁନି ପୋଲିସ । ଏସପିଙ୍କ ଦ୍ବାରସ୍ତ ହେଲା ପରିବାର । କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି । ଅଧିକ ପଢନ୍ତୁ

JCB ଧକ୍କାର ଗୋଡ଼ ହରାଇଲେ ଯୁବକ
JCB ଧକ୍କାର ଗୋଡ଼ ହରାଇଲେ ଯୁବକ
author img

By

Published : Jun 19, 2022, 1:38 PM IST

ଭବାନୀପାଟଣା: ଜେସିବି ମାଡିଯିବାରୁ ଶରୀରରୁ ଅଲଗା ହୋଇଗଲା ଯୁବକଙ୍କ ଗୋଡ । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିଲେ ଯୁବକ । ତେବେ ଆଜି ସକାଳୁ ତାଙ୍କୁ ଉଦ୍ଧାର କରାଯାଇ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି ଜୁନାଗଡ଼ ରାସ୍ତା ଭବାନୀପାଟଣା ନକଟିଗୁଡା ନିକଟରେ । ଗୁରୁତର ଯୁବକ ଜୁନାଗଡ଼ ଥାନା ପଳାସ ଗାଁର ସୁରେନ୍ଦ୍ର ବାଗ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସୁରେନ୍ଦ୍ର କୌଣସି କାମରେ ଭବାନୀପାଟଣାରୁ ନିଜ ଗାଁକୁ ଗତକାଲି ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଜୁନାଗଡ଼ ପଟୁ ଆସୁଥିବା ଏକ ଜେସିବି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସୁରେନ୍ଦ୍ରଙ୍କ ବାମ ଗୋଡ଼ ଶରୀରରୁ ଛିଡି ପଡିବା ସହ ରାସ୍ତାରେ ଛିଟିକି ପଡିଥିଲା । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଜେସିବି ଫେରାର ମାରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେପଟେ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସୁରେନ୍ଦ୍ର ଗୋଡ ହରାଇ ଭିନ୍ନକ୍ଷମ ହେବା ପରେ ପୁରା ପରିବାର ଏବେ ବେସାହାରା ।

ଏହାକୁ ନେଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କିରଛନ୍ତି ସୁରେନ୍ଦ୍ରଙ୍କ ପରିବାର । ପରେ ସେମାନେ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେନ ସହଯୋଗରେ କଳାହାଣ୍ଡି ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଦୁର୍ଘଟଣା ଘଟାଇଥିବା ଫେରାର ଜେସିବି ଓ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ସୁରେନ୍ଦ୍ରଙ୍କ ପରିବାର ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.