ETV Bharat / state

ନିଖୋଜ ଯୁବକଙ୍କ ମିଳିଲା ଝୁଲନ୍ତା ମୃତଦେହ - କଳାହାଣ୍ଡି ଜିଲ୍ଲାର ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି ଆମପାଣି ଥାନା କେନ୍ଦୁଡ଼ଙ୍ଗରୀ ଗାଁ ଚାଷ ଜମିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : May 5, 2022, 10:32 AM IST

ଭବାନୀପାଟଣା: ଚାଷ ଜମିରେ ଝୁଲୁଛି ନିଖୋଜ ଯୁବକଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଆମପାଣି ଥାନା କେନ୍ଦୁଡ଼ଙ୍ଗରୀ ଗାଁରେ । ଗ୍ରାମର ଶେଷ ମୁଣ୍ଡରେ ଥିବା ଚାଷ ଜମିରୁ ଆଜି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି କେନ୍ଦୁଡ଼ଙ୍ଗରୀ ଗାଁର ଦ୍ବାରିକା ଦାସ ।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନାଅନୁଯାୟୀ, ଗତ ମଙ୍ଗଳବାର ରାତିରୁ କୌଣସି କାମରେ ଦ୍ବାରିକା ବାହାରକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲେ । ଏନେଇ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ଦ୍ଵାରିକାଙ୍କୁ ପାଇ ନଥିଲେ । ତେବେ ଗତକାଲି ଗାଁର କିଛି ଚାଷୀ ଚାଷ ଜମିକୁ ଯାଉଥିବା ସମୟରେ ଗଛରେ ଦ୍ଵାରିକାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ସେପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଆମପାଣି ପୋଲିସ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.