ETV Bharat / state

କେନାଲରେ ବୁଡି ଯୁବକ ମୃତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି - ଅଗ୍ନିଶମ ବିଭାଗ

ନୂଆଁଖାଇ ବାସିରେ ଜିଲ୍ଲାରେ ଘଟିଛି ଅଘଟଣ । କେନାଲକୁ ଗାଧୋଇବାକୁ ଯାଇ ପାଣିରେ ବୁଡିଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଅଧିକ ପଢନ୍ତୁ...

କେନାଲରେ ବୁଡି ଯୁବକ ମୃତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

author img

By

Published : Sep 12, 2021, 10:36 PM IST

ଭବାନୀପାଟଣା: ନୂଆଁଖାଇ ବାସିରେ ଜିଲ୍ଲାରେ ଘଟିଛି ଅଘଟଣ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧିନ ତାଳପଦର ଗାଁରେ। ନୂଆଁଖାଇ ପାଇଁ ଜିଲ୍ଲାବାସୀ ନାଚ ଗୀତରେ ମସଗୁଲ ଥିବାବେଳେ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂଚନାନୁସାରେ ଚିଚୈଗୁଡା ଗାଁର ଉପେନ୍ଦ୍ର ଭୋଇ ତାଳପଦର ଗାଁକୁ ନିଜ ସମ୍ପର୍କୀୟ ଘରକୁ ନୂଆଁଖାଇ ବାସି ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ତେବେ ନିଜ ସମ୍ପର୍କୀୟଙ୍କ ସହ କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ ଉପେନ୍ଦ୍ର ।

କେନାଲରେ ବୁଡି ଯୁବକ ମୃତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ଖବର ପାଇ ଗାଁ ଲୋକେ କେନାଲରେ ପହଞ୍ଚି ଉପେନ୍ଦ୍ରଙ୍କୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ଶେଷରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜୁନାଗଡ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କେନାଲରୁ ଭାସମାନ ଅବସ୍ତାରେ ମୃତଦେହଟିକୁ ଉଦ୍ଧାର କରିଛନ୍ତି।

ଆଉ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ସେପଟେ ଏହି ଘଟଣାକୁ ନେଇ ଉଭୟ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.