ETV Bharat / state

ପାଣି ପାଇଁ BDO ଅଫିସ୍ ଘେରିଲେ ମହିଳା

ଦୀର୍ଘଦିନ ଧରି ପାଣି ସମସ୍ୟାରେ କଳାହଣ୍ଡି ମୁଖୀଗୁଡା ଗ୍ରାମବାସୀ । ଶେଷରେ BDO ଅଫିସ୍ ଘେରିଲେ ଶତାଧିକ ମହିଳା । ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ

author img

By

Published : Dec 11, 2021, 12:50 PM IST

ପାଣି ପାଇଁ BDO ଅଫିସ୍ ଘେରିଲେ ମହିଳା
ପାଣି ପାଇଁ BDO ଅଫିସ୍ ଘେରିଲେ ମହିଳା

ଭବାନୀପାଟଣା: ପାଣି ପାଇଁ ହନ୍ତସନ୍ତ ଲୋକେ । ନା ପ୍ରଶାସନ ନା ସରକାର କେହି ଶୁଣିଲେନି ଦାବି । ଶେଷରେ ପାଣି ପାଇଁ ବିଡିଓଙ୍କ କାର୍ଯ୍ୟାଳୟ ଘେରିଛନ୍ତି ମହିଳା ।

ପାଣି ପାଇଁ BDO ଅଫିସ୍ ଘେରିଲେ ମହିଳା

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖୀଗୁଡା ଗାଁରେ ରହିଛି ଇନ୍ଦ୍ରାବାତୀ ଜଳ ଭଣ୍ଡାର । କିନ୍ତୁ ଦୀପ ତଳ ଅନ୍ଧାର ଭଳି ମୁଖୀଗୁଡା ଗାଁ ଲୋକେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଦୀର୍ଘ ଏକ ବର୍ଷ ତଳେ ଦୁଇଟି ନଳକୂପ ଖୋଳାଯାଇଥିଲା । କିନ୍ତୁ ବର୍ତ୍ତମାନ ଅକାମି ହୋଇ ପଡିରହିଛି ନଳକୂପ । ଏବେ ଲୋକଙ୍କ ଶୋଷ ମେଣ୍ଟାଉଛି ଇନ୍ଦ୍ରାବାତୀ ଦକ୍ଷିଣ ମୁଖ୍ୟ କେନାଲ ପାଣି । କିନ୍ତୁ କେନାଲ ମରାମତି ନାଁରେ ପ୍ରଶାସନ ଜଳ ଯୋଗାଣକୁ ବନ୍ଦ କରି ଦେବା ଫଳରେ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ବାରମ୍ବାର ସ୍ଥାନୀୟ ଲୋକେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆନ୍ଦୋଳନ ପାଇଁ ଅଣ୍ଟା ଭିିଛନ୍ତି ମହିଳା । ଆଜି(ଶନିବାର) ଗାଁର ଶତାଧିକ ମହିଳା ଜୟପାଟଣା BDOଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଜଳ ଯୋଗାଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀ ମହିଳା ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.