ETV Bharat / state

ମହିଳାଙ୍କୁ ଦଳିଦେଲା ଦନ୍ତା, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ବାଗପୁର ଗ୍ରାମରେ ମହିଳାଙ୍କୁ ଦଳିଦେଲା ଦନ୍ତା । ଚାଷ ଜମିରେ ଥିବାବେଳେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

elephant attack in kalahandi
ହାତୀ ଆତଙ୍କ
author img

By

Published : Jan 20, 2023, 3:38 PM IST

ମହିଳାଙ୍କୁ ଦଳିଦେଲା ଦନ୍ତା

ଭବାନୀପାଟଣା: କଳାହାଣ୍ଡିରେ ଥମୁନି ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ବାଗପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଦନ୍ତା ଦଳିଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଉଛନ୍ତି ବାଗପୁର ଗାଁର ଚମ୍ପା ଗୌଡ଼ । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ ।

ବାଗପୁର ଗାଁର ଚମ୍ପା ଗୌଡ଼ ଆଜି(ଶୁକ୍ରବାର) ସକାଳୁ ନିଜ ଚାଷ ଜମିକୁ କପା ତୋଳିବାକୁ ଯାଇଥିଲେ । ଏହି ସମୟରେ ଗାଁ ନିକଟରେ ଥିବା ଜଙ୍ଗଲରୁ ୫ ଟିକିଆ ହାତୀ ପଲ ଆସି ଫସଲ ନଷ୍ଟ କରିଥିଲେ । ହାତୀ ମାଡି ଆସିବାର ଦେଖି ପ୍ରାଣ ବିକଳରେ ମହିଳା ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ପହଞ୍ଚି ହାତୀକୁ ଘଉଡାଇବା ସହ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିବା ବେଳେ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଭବାନୀପାଟଣା ବାଲିଗୁଡା ରାଜ୍ୟ ରାଜପଥ ଅବରୋଧ କରିଥିଲେ । ସୂଚନା ପାଇ ନର୍ଲା ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି ।

ଅନ୍ୟପଟେ କୌଣସି କାମରେ ମଦନପୁର ରାମପୁରକୁ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଅଟକାଇଛନ୍ତି ଗ୍ରାମବାସୀ । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରେ ଜାନ ବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଦୀର୍ଘ ଏକ ମାସ ହେଲା ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ଗାଁରେ ଗଜରାଜଙ୍କ ଆତଙ୍କ ଦେଖିବାକୁ ମିଳୁଛି । ଅନେକ ଫସଲ ନଷ୍ଟ କରିବା ସହ ହାତୀ ପଲଙ୍କ ଗର୍ଜନରେ ଗ୍ରାମବାସୀ ଭୟଭୀତ ହୋଇ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏନେଇ ବାରମ୍ବାର ବନ ବିଭାଗକୁ ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ବନ ଅଧିକାରୀ ଦାୟିତ୍ବରେ ଅବହେଳା କରୁଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ କୌଣସି ନାଁ କୌଣସି ଗାଁକୁ ହାତୀ ପସି ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛି । ଜଙ୍ଗଲ କ୍ଷୟ ହେବା ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀ । ଯାହା ଫଳରେ ମଣିଷ ଓ ହାତୀର ଲଢେଇରେ ଅନେକ ଧନ ଜୀବନ ହାନି ହେଉଛି । ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ବନ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ସମସ୍ୟା ବାରମ୍ବାର ସାମ୍ନାକୁ ଆସୁଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.