ETV Bharat / state

ବର୍ଷ ପରେ ବର୍ଷ ବିତୁଛି, ତଥାପି ଅର୍ଦ୍ଧନିର୍ମିତ ପଥରବନ୍ଧ

ନିର୍ବାଚନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫୋକସରେ ରହି ଆସିଛି କଳାହାଣ୍ଡି ଜିଲ୍ଲା । ହେଲେପ୍ରତିବର୍ଷ ଜିଲ୍ଲାର ମୂଖ୍ୟ ସମସ୍ୟା ରୂପେ ଉଭା ହୋଇ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ହାତୀ ନଦୀ କୂଳ ବାଲିଛଡାର ଅର୍ଦ୍ଧନିର୍ମିତ ପଥରବନ୍ଧରେ ଆଜି ବି ବନ୍ଧା ପଡିଛି ବନ୍ୟା ବିପନ୍ନଙ୍କ ଭାଗ୍ୟ ଓ ଭବିଷ୍ୟତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Aug 11, 2019, 5:45 AM IST

କଳାହାଣ୍ଡି: ନିର୍ବାଚନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫୋକସରେ ରହି ଆସିଛି କଳାହାଣ୍ଡି ଜିଲ୍ଲା । ହେଲେ ଜିଲ୍ଲାର ବିକାଶର ଦ୍ବାହି ଦେଇ କିଏ ରାଜ୍ୟ ରାଜଧାନୀରେ ବ୍ୟସ୍ତ ତ ଆଉ କିଏ ଦିଲ୍ଲୀ ଦରବାରରେ । ତେଣେ ପ୍ରତିବର୍ଷ ଜିଲ୍ଲାର ମୂଖ୍ୟ ସମସ୍ୟା ରୂପେ ଉଭା ହୋଇ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ହାତୀ ନଦୀ କୂଳ ବାଲିଛଡାର ଅର୍ଦ୍ଧନିର୍ମିତ ପଥରବନ୍ଧରେ ଆଜି ବି ବନ୍ଧା ପଡିଛି ବନ୍ୟା ବିପନ୍ନଙ୍କ ଭାଗ୍ୟ ଓ ଭବିଷ୍ୟତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

2010 ମସିହାର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାରେ ଦେଖା ଦେଇଥିଲା ପ୍ରଳୟଙ୍କରୀ ବନ୍ୟା । ପ୍ରଭାବିତ ହୋଇଥିଲେ ପ୍ରାୟ 50ହଜାରରୁ ଊର୍ଦ୍ଧ୍ବ ଲୋକେ । କିଏ ପାହାଡ ଉପରେ ଆଶ୍ରୟ ନେଇଥିଲା ତ ଆଉ କିଏ ନଈ ଟାପୁରେ । ଆଉ କିଏ ବନ୍ୟାର କରାଳ ରୂପ ଦେଖି ନିଜର ଭଙ୍ଗା ଦଦରା ଘରେ ନିଜର ଭବିଷ୍ୟତକୁ ଖୋଜୁଥିଲା ।

ପରିସ୍ଥିତି ଏପରି ହେଲା ଯେ ରାଜ୍ୟ ସରକାରଙ୍କ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ଜିଲ୍ଲାରେ ଡେରା ପକାଇବାକୁ ବାଧ୍ୟ ହେଲେ । ଅଗ୍ନିଶମ ବିଭାଗ ସହ ବନ୍ୟାଞ୍ଚଳରେ ମୃତୟନ ହେଲେ ଓଡ୍ରାଫ ଟିମ । ମନ୍ତ୍ରୀଙ୍କ ତୁହାକୁ ତୁହା ବନ୍ୟାଞ୍ଚଳ ଗସ୍ତ, ସମୀକ୍ଷା ଆଦି ସାମୟିକ ଭାବେ ବନ୍ୟା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଆଉ ସେ ସମୟରେ ମିଳିଥିଲା ଏକ ବଡ ପ୍ରତିଶୃତି, ନିର୍ମାଣ ହେବ ପଥର ବନ୍ଧ ।

ବଞ୍ଚିଯିବେ ନଈକୂଳିଆ ଗାଁ ଓ ଗ୍ରାମବାସୀ । ହେଲେ ଆଜକୁ 9 ବର୍ଷ ବିତିବା ପରେ ବି କଲମପୁର ବାସୀଙ୍କ ସ୍ବପ୍ନ ଆଜି ବି ସ୍ବପ୍ନ ହୋଇ ରହିଯାଇଛି । ଜଳ ସମ୍ପଦ ବିଭାଗ ମାଧ୍ୟମରେ 2କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ପଥର ବନ୍ଧ ଆଜି ବିଭାଗ ଓ ନିର୍ମାଣକାରୀ ସଂସ୍ଥାର ଆଇନ ଯୁଦ୍ଧରେ ଅଟକି ରହିଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ନିର୍ବାଚନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଫେ ।କସ ରେ ରହିଆସିଛି କଳାହାଠି ଜିଲ୍ଲା । ହେଲେ ଜିଲ୍ଲା ର ବିକାଶ ର ଦ୍ୱାହି ଦେଇ କିଏ ରାଜ୍ୟ ରାଜଧାନୀ ରେ ବ୍ୟସ୍ତ ତ ଆଉ କିଏ ଦିଲ୍ଲୀ ଦରବାର ରେ । ହେଲେ ପ୍ରତିବର୍ଷ ଜିଲ୍ଲା ର ମୂଖ୍ୟ ସମସ୍ୟା ରୂପେ ଉଭା ହୋଇ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସ୍ରୁଷ୍ଟି କରୁଥିବା ହାତୀନଦୀ କୂଳ ବାଲିଛଡା ର ଅର୍ଧନିର୍ମିତ ପଥରବନ୍ଧ ରେ ଆଜିବି ବନ୍ଧାପଡିଛି ବନ୍ୟା ବିପନ୍ନ ଙ୍କ ଭାଗ୍ୟ ଓ ଭବିଷ୍ୟତ ।Body:୨୦୧୦ ମସିହା ଲଗାଣ ବର୍ଷା ରେ କଳାହାଠି ଜିଲ୍ଲା ରେ ଦେଖାଦେଇଥିଲା ପ୍ରଳୟଙ୍କ ।ରୀ ବନ୍ୟା । ପ୍ରଭାବିତ ହୋଇଥିଲେ ପ୍ରାୟ ୫୦ ହଜାର ରୁ ଲୋକେ । କିଏ ପାହାଡ ଉପରେ ଆଶ୍ରୟ ନେଇଥିଲା ତ ଆଉ କିଏ ନଈ ଟାପୁରେ । ଆଉ କିଏ ବନ୍ୟା ର କରାଳ ରୂପ ଦେଖି ନିଜର ଭଙ୍ଗ । ଦରଦା ଘରେ ନିଜର ଭବିଷ୍ୟତ କୁ ଖୋଜୁଥିଲା ।
ବାଇଟ-ଶଙ୍କର୍ଷଣ ବେହେରା - କଲମପୁର ବାସିନ୍ଦାConclusion:ପରିସ୍ଥିତି ଏପରି ହେଲା ଯେ ରାଜ୍ୟ ସରକାର ଙ୍କ ତତକାଳୀନ ରାଜସ୍ୱ ମନ୍ତ୍ରୀ ଜିଲ୍ଲା ରେ ଡେରା ପକାଇବାକୁ ବାଧ୍ୟ ହେଲେ । ଅଗ୍ନିଶମ ବିଭାଗ ସହ ବନ୍ୟାଞ୍ଚଳ ରେ ମ୍ରୁତୟନ ହେଲେ ଓଡ୍ରାଫଟ ଟିମ । ମନ୍ତ୍ରୀ ଙ୍କ ତୁହା କୁ ତୁହା ବନ୍ୟାଞ୍ଚଳ ଗସ୍ତ,ସମୀକ୍ଷା ସାମୟିକ ଭାବେ ବନ୍ୟାସ୍ଥିତି କୁ ନିୟନ୍ତ୍ରଣ ରେ ଆଣିଥିଲା । ଆଉ ସେ ସମୟରେ ମିଳିଥିଲା ଏକ ବଡ ପ୍ରତିଶ୍ରୁତି ନିର୍ମାଣ ହେବ ପଥର ବନ୍ଧ । ବଞ୍ଚିଯିବ ନଈକୂଳିଆ ଗାଁ ଓ ଗ୍ରାମବାସୀ ।
ହେଲେ ଆଜକୁ ୯ ବର୍ଷ ବିତିଯାଇଛି କଲମପୁର ବାସୀ ଙ୍କ ସ୍ୱପ୍ନ ଆଜି ବି ଅଧୁରା । ଜଳ ସମ୍ପଦ ବିଭାଗ ମାଧ୍ୟମରେ ୨ କୋଟି ଟଙ୍କ । ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଥିବା ପଥର ବନ୍ଧ ଆଜି ବିଭାଗ ଓ ନିର୍ମାଣକାରୀ ସଂସ୍ଥାର ଆଇନ ଯୁଦ୍ଧରେ ଅଟକି ରହିଛି ।
ବାଇଟ- ସୁଦାମ ମାରାଠି - ରାଜସ୍ୱ ମନ୍ତ୍ରୀ
ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.