ETV Bharat / state

ଭୋଜି ପାଇଁ କଟା ହୋଇଥିଲା 80 କେଜି ବାରହା ମାଂସ, ଚଢାଉ କଲା ବନ ବିଭାଗ - forest department

ବନ ବିଭାଗ ଦ୍ଵାରା ବାରହା ମାଂସ ଜବତ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବେନ୍ଦାଝୋଲା ଗାଁରେ ଆଜି(ଗୁରୁବାର) ସକାଳୁ ବନ ବିଭାଗ ପକ୍ଷରୁ ଚଢାଉ କରି ଜବତ କରିଛି ବାରହା ମାଂସ। ଅଧିକ ପଢନ୍ତୁ...

ଭୋଜି ପାଇଁ କଟା ହୋଇଥିଲା 80 କେଜି ବାରହା ମାଂସ, ଚଢାଉ କଲା ବନ ବିଭାଗ

author img

By

Published : Mar 18, 2021, 2:27 PM IST

ଭବାନୀପାଟଣା: ବନ ବିଭାଗ ଦ୍ଵାରା ବାରହା ମାଂସ ଜବତ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବେନ୍ଦାଝୋଲା ଗାଁରେ ଆଜି(ଗୁରୁବାର) ସକାଳୁ ବନ ବିଭାଗ ପକ୍ଷରୁ ଚଢାଉ କରି ଜବତ କରିଛି ବାରହା ମାଂସ । ସେହି ଗାଁର ଜଣେ ଲୋକଙ୍କ କୌଣସି ଏକ ଭୋଜି ପାଇଁ ବାରହା ମାରିଥିବା ଘଟଣା ବୁଧବାର ସନ୍ଧ୍ୟାରେ ବନବିଭାଗକୁ ସୂଚନା ମିଳିଥିଲା।

ଭୋଜି ପାଇଁ କଟା ହୋଇଥିଲା 80 କେଜି ବାରହା ମାଂସ, ଚଢାଉ କଲା ବନ ବିଭାଗ

ବନବିଭାଗ ପକ୍ଷରୁ ସତର୍କତା ସହ ଚଢାଉ କରି ବାଡିପଟରୁ ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଏହି ବାରହା ମାଂସ ଜବତ କରାଯାଇଛି । ଜବତ ମାଂସ ୮୦ କେଜି ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁଯାୟୀ, ଗାଁର ପାଇକରାଏ ନାଏକ ନାମକ ଜଣେ ଲୋକଙ୍କ ଘରେ ଭୋଜି ପାଇଁ ଏହି ବାରହା ମାରିଥିବା ଖବର ପାଇଥିଲା ବନ ବିଭାଗ। ଏହାପରେ ଥୁଆମୂଳ ରାମପୁର ରେଞ୍ଜର ପ୍ରଶାନ୍ତ କୁମାର ପାଲଙ୍କ ନେତୃତ୍ବରେ ଏକ ଦଳ ଏହି ଚଢ଼ାଉ କରିଥିଲା। ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଜାରି ରଖିଛି ବନ ବିଭାଗ।

କଳହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.