ETV Bharat / state

ବର୍ଷାରେ ବେହାଲ ଭବାନୀପାଟଣା, ଜଳବନ୍ଦୀ ରାସ୍ତା ଘାଟ - ବର୍ଷାରେ ବେହାଲ ଭବାନୀପାଟଣା

କଳାହାଣ୍ଡି ଗଡ଼ଜାତ ଅଞ୍ଚଳର ରାଜଧାନୀ ଭାବରେ ପରିଚିତ ଭବାନୀପାଟଣା ସହର । ପୌରାଞ୍ଚଳର ମାନ୍ୟତା ପାଇଥିଲେବି ସାମାନ୍ୟ ବର୍ଷାରେ ବେହାଲ ହୋଇଛି ସହରର ଅବସ୍ଥା । ରାସ୍ତା ଘାଟ ପାଣି ଜମି ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଅଧିକ ପଢନ୍ତୁ

ବର୍ଷାରେ ବେହାଲ ଭବାନୀପାଟଣା, ଜଳବନ୍ଦି ରାସ୍ତା ଘାଟ

author img

By

Published : Jul 29, 2022, 3:22 PM IST

ଭବାନୀପାଟଣା: ଅବ୍ୟବସ୍ଥା ଘେରରେ କଳାହାଣ୍ଡି ଗଡ଼ଜାତ ଅଞ୍ଚଳର ରାଜଧାନୀ ଭାବରେ ପରିଚିତ ଭବାନୀପାଟଣା ସହର । ୧୭୦ ବର୍ଷର ଏହି ପୂରାତନ ସହର ୨୦ଟି ୱାର୍ଡକୁ ନେଇ ୧୯୫୨ ମସିହାରେ ପୌରାଞ୍ଚଳର ମାନ୍ୟତା ପାଇଥିଲା । ଏହି ସହରର ଜନ ସଂଖ୍ୟା ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ । ହେଲେ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ସହର ଯୋଜନା ନ ହେବାରୁ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଏଠାକାର ଲୋକେ । ସାମାନ୍ୟ ବର୍ଷାରେ ସହରର ଅବସ୍ଥା ବେହାଲ ହୋଇପଡୁଛି । ରାସ୍ତା ଘାଟ ପାଣି ଜମି ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଖାଲି ରାସ୍ତା ନୁହଁ ସହରରେ ଥିବା ଘର ଗୁଡିକର ଚତୁଃପାର୍ଶ୍ବ ବର୍ଷା ପାଣିରେ ବୁଡି ରହୁଛି । ଫଳରେ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି ।

ବର୍ଷାରେ ବେହାଲ ଭବାନୀପାଟଣା, ଜଳବନ୍ଦି ରାସ୍ତା ଘାଟ

ସହରାଞ୍ଚଳକୁ ସରସ ସୁନ୍ଦର କରିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ନାନା ପ୍ରକାର ଯୋଜନା ବି କାର୍ଯ୍ୟକାରୀ ହେଉଛି । କିନ୍ତୁ ସରକାରୀ କଳର ଉଦାସୀନତା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭବା ଯୋଗୁଁ ଆଜିବି ସହରୀ ଯୋଜନା କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ସ୍ୱଳ୍ପ ବର୍ଷାରେ ବେହାଲ ହୋଇ ପଡୁଛି ଭବାନୀପାଟଣା ସହର । ସହରର ରେଳ ଷ୍ଟେସନ ନିକଟରେ ଥିବା ଦ୍ଵାରିକା ନଗରର ରାସ୍ତା ଉପରେ ଲହଡି ଭାଙ୍ଗୁଛି ଅଳିଆ ପାଣି । ଏହାସହ ଚାରି ପଟେ ପୋଖରୀ ମଧ୍ୟରେ ଘର ଥିବା ଭଳି ଭ୍ରମ ସୃଷ୍ଟି କରୁଛି । ସେହିପରି ସହରର ସାଇନଗର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜଳ ନିଷ୍କାସନ ନ ହୋଇ ପାଣି ଜମି ରହିଛି । ଏଥିସହ ସାଧାରଣ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ଜମି ରହୁଛି ।

ଏ ସମସ୍ୟା ଆଜିର ନୁହଁ ବରଂ ପ୍ରତ୍ୟେକ ବର୍ଷ ସ୍ୱଳ୍ପ ବର୍ଷାରେ ବେହାଲ ହୋଇ ପଡେ ଭବାନୀପାଟଣା ସହର ଅନେକ ଅଞ୍ଚଳ । ସ୍ୱତନ୍ତ୍ର ସହର ଯୋଜନା ନଥିବାବେଳେ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ନାହିଁ, ଫଳରେ ଅଳିଆ ଆବର୍ଜନା ପାଣି ଲୋକଙ୍କ ଘର ଭିତରେ ପ୍ରବେଶ କରୁଛି । ବର୍ଷା ଦିନ ଆସିଲେ ସହରବାସୀଙ୍କ ଚିନ୍ତା ବଢି ଯାଉଛି । ଏନେଇ ବାରମ୍ବାର ସହର ବାସୀ ସ୍ୱତନ୍ତ୍ର ସହର ଯୋଜନା ପାଇଁ ଦାବି କରି ଆସୁଥିଲେ ମଧ୍ୟ ରାଜ ନେତା କିମ୍ବା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଭବାନୀପାଟଣା ପୌର ଅଧିକାରୀ ବଳୟ ଦେହୁରୀ କହିଛନ୍ତି, "ପୁରୁଣା ଟାଉନ ପ୍ଲାନିଂ ଅନୁସାରେ ସବୁ ଘର ନିର୍ମାଣ ହୋଇଛି । ମୁଖ୍ୟ ରାସ୍ତା ସଂପ୍ରସାରଣରେ ମଧ୍ୟ ସମସ୍ୟା ରହିଛି ।"

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.