ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗଜବାହାଲ ଗାଁର ଅମୀୟ ସାହୁଙ୍କ ଘରୁ ପିଡିଏସ ଚାଉଳ ଗଚ୍ଛିତ ଅଭିଯୋଗ ନେଇ ପ୍ରଶାସନର ଚଢ଼ାଉ । କେସିଙ୍ଗା ଏସଡିପିଓ ଓ ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ଯାଞ୍ଚ ଜାରି ।
ଗୋଦାମରେ ଗଚ୍ଛିତ ଓ ପରିବହନ କରାଯାଉଥିବା ପିଡିଏସ ଚାଉଳ ସୂଚନା ଆଧାରରେ ଚଢ଼ାଉ ଜାରି ରହିଥିବା ଯୋଗାଣ ନିରୀକ୍ଷକଙ୍କ କହିଛନ୍ତି । ଚଢ଼ାଉ ସମୟରେ ପାଖାପାଖି ୯ ଶହ ବସ୍ତା ଚାଉଳ ଠାବ ହୋଇଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ