ETV Bharat / state

ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର - villagers-protest-against-school-shuts

୨୦ ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ସରକାର ବନ୍ଦ କରିବାକୁ ନେଇ ନିର୍ଦ୍ଦେଶ ପରେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୩୦୦ ସହରରୁ ଊର୍ଦ୍ଧ୍ବ ସ୍କୁଲ ବନ୍ଦ ହେବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

villagers-protest-against-school-shuts-in-kalahandi
ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : Feb 10, 2021, 9:28 PM IST

ଭବାନୀପାଟଣା : ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ସରକାର ବନ୍ଦ କରିବାକୁ ନେଇ ନିର୍ଦ୍ଦେଶ ପରେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୩୦୦ ସହରରୁ ଊର୍ଦ୍ଧ୍ବ ସ୍କୁଲ ବନ୍ଦ ହେବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସାହାଜ ପାଟି ଗାଁରେ ୧୯୭୩ ମସିହାରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସ୍କୁଲଟିକୁ ବନ୍ଦ କରିବାର ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିଥିବା ବେଳେ ଆନ୍ଦୋଳନର ଧମକ ଦେଇଛନ୍ତି ।

ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ସୂଚନା ଅନୁଯାୟୀ, ଜିଲ୍ଲାର କେସିଙ୍ଗା ବ୍ଲକରେ ଥିବ ସାହାଜପାଟି ପ୍ରାଥମିକ ସ୍କୁଲ ବନ୍ଦ କରିବା ନେଇ ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ଦର୍ଶାଇଛନ୍ତି । ଯାହା କି ସ୍କୁଲରେ ବର୍ତ୍ତମାନ ମଧ୍ୟ ୨୧ ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ଚଳିତ ବର୍ଷ ଆହୁରି ୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କିନ୍ତୁ ଶିକ୍ଷା ବିଭାଗ ଭୁଲ ତଥ୍ୟ ଦେଇ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ତେବେ ସ୍କୁଲ ବନ୍ଦ ନ କରିବାକୁ ନେଇ ଆଜି(ବୁଧବାର) ସାହାଜ ପାଟି ଗ୍ରାମବାସୀ ଓ ସ୍କୁଲ କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଆଗାମୀ ଦିନରେ ଗ୍ରାମବାସୀଙ୍କ ଏ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.