ETV Bharat / state

ବିକାଶ ଖୋଜୁଛି କଙ୍କ୍ରାଖୋଲ ଗାଁ, ମୌଳିକ ସୁବିଧାର ନାହିଁ ଚିହ୍ନବର୍ଣ୍ଣ

author img

By

Published : Jun 18, 2023, 9:58 AM IST

ଗାଁକୁ ଗଡିନି ସରକାରଙ୍କ ବିକାଶ ରଥ । ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଅଧ୍ୟୁଷିତ ଗାଁ କଙ୍କ୍ରାଖୋଲ । ଅଧିକ ପଢ଼ନ୍ତୁ

ଗାଁକୁ ଗଡିନି ସରକାରଙ୍କ ବିକାଶ ରଥ
ଗାଁକୁ ଗଡିନି ସରକାରଙ୍କ ବିକାଶ ରଥ
ଗାଁକୁ ଗଡିନି ସରକାରଙ୍କ ବିକାଶ ରଥ

ଭବାନୀପାଟଣା: ଗାଁକୁ ଚାଲ ଗାଁକୁ ଗଢ଼ । ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଆଜିବି ଉପାନ୍ତ ଅଞ୍ଚଳରେ ପହଞ୍ଚିପାରି ନାହିଁ ସରକାରଙ୍କ ବିକାଶ ରଥ । ତେଣୁ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ । ହେଲେ କଳାହାଣ୍ଡି ଜିଲ୍ଲାରେ ଏମିତି ଗାଁ ଅଛି ଏବେ ବି ଅପହଞ୍ଚ ହୋଇ ରହିଯାଇଛି । ବ୍ଲକ ମହକୁମାର ମାତ୍ର ୧୦ କିମି ଦୂରରେ ଥାଇ ସରକାରୀ ଯୋଜନା ଅପହଞ୍ଚ ଅଟେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି ଏଠାକାର ଅଧିବାସୀ ।

ଏବେବି ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ହୋଇଛି, ଫଳରେ ପରିତ୍ୟକ୍ତ କୂଅରୁ ପାଣି ହିଁ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି । ସେହିଭଳି କାମ ନ ମିଳିବାରୁ ଅନେକ ପରିବାର ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନି ପଞ୍ଚାୟତର ନାଗେସ ପାହାଡ଼ର ପାଦଦେଶରେ ରହିଛି କାଙ୍କ୍ରାଖୋଲ ଗାଁ । ଏହି ଗାଁ ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ୭୦ ଆଦିବାସୀ ପରିବାର ବସବାସ କରନ୍ତି । ଅନେକ ଲୋକ ଭୂମିହୀନ ହୋଇଥିବା ବେଳେ ଜଙ୍ଗଲ ଜମିରେ ବସାବାନ୍ଧି ରହିଛନ୍ତି । କେବଳ କିଛି ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଥିବା ବେଳେ ଅନେକ ଲୋକଙ୍କୁ ପଟ୍ଟା ମିଳିନାହିଁ । ସମସ୍ତେ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଗାଁରେ କୌଣସି ଶିକ୍ଷା ବ୍ୟବସ୍ଥା ନ ଥିବା ବେଳେ ୨ କିଲୋମିଟର ଦୂରରେ ସ୍କୁଲ ଓ ଅଙ୍ଗନ ୱାଡି କେନ୍ଦ୍ର ଅଛି । ଯାହା ଫଳରେ ଶିଶୁମାନେ ପ୍ରଥମିକ ଶିକ୍ଷାରୁ ବଞ୍ଚିତ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗାଁରେ ୪ଟି ନଳକୂପ ଅଛି ହେଲେ ସେଥି ମଧ୍ୟରୁ ୨ଟି ନଳକୂପ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଇଥିବା ବେଳେ ଅନ୍ୟ ଦୁଇଟି ନଳ କୂପରୁ ଲୁହାଗୁଣ୍ଡ ପାଣି ବାହାରୁଛି । ଗ୍ରାମବାସୀ ଅନ୍ୟ କୌଣସି ଉପାୟ ନ ପାଇ ପରିତ୍ୟକ୍ତ କୂଅର ପାଣିକୁ ପିଇବା ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର କରିଥାନ୍ତି । ଅନ୍ୟ ପକ୍ଷରେ ଏହି ଗ୍ରାମବାସୀଙ୍କ ପାଇଁ ମନରେଗା ଯୋଜନା ସାତ ସପନ ହୋଇଥିବା କହିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.