ଭବାନୀପାଟଣା: ଭିଜିଲାନ୍ସ ଜାଲରେ କୋକସରା ସିଡିପିଓ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଜିଲ୍ଲା କୋକସରା ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ଜୟନ୍ତୀ ମହାନ୍ତି । ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ତିନି ମାସର ଦରମା କରାଇଦେବା ପାଇଁ ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।
ସୁନାମାଲ ଅଙ୍ଗନଓ୍ବାଡୀ କର୍ମୀ ଆରତୀ ଧଙ୍ଗଡା ମାଝୀଙ୍କ ତିନି ମାସର ଦରମା କରାଇ ଦେବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କ ଠାରୁ କେମିକାଲ ଟଙ୍କା ଜବତ କରିଥିଲେ । ଏହାସହ ତାଙ୍କ ସରକାରୀ କ୍ବାଟରରୁ 69 ହଜାର ଟଙ୍କା ମଧ୍ୟ ଜବତ କରିଛି କଳାହାଣ୍ଡି ଭିଜିଲାନ୍ସ । ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଏକ ଟିମ ଏହି ଚଢାଉ କରିଥିବା ବେଳେ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ