କଳାହାଣ୍ଡି: ଭିଜିଲାନ୍ସରେ ଜାଲରେ ଉପରିସ୍ଥ ସରକାରୀ ବାବୁ । ବୁଧବାର କଳାହାଣ୍ଡି ଭିଜିଲାନ୍ସ, ନବରଙ୍ଗପୁର ଚନ୍ଦାହାଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ଅଗ୍ରୱାଲଙ୍କ ଉପରେ ଚଢାଉ କରିଛି । ଏହି ସମୟରେ ତାଙ୍କ ଠାରୁ 2 ଲକ୍ଷ 80 ହଜାର ଟଙ୍କା ଜବତ କରାଯାଇଛି ।
ପ୍ରକାଶ ଥାଉ ଯେ,ବୁଧବାର ସତ୍ୟ ନାରାୟଣ ଚନ୍ଦାହାଣ୍ଡିରୁ ଭୁବନେଶ୍ବର ଯାଉଥିଲେ। ଏ ନେଇ ପୂର୍ବରୁ ଭିଜିଲାନ୍ସ ପାଖରେ ଖବର ପହଞ୍ଚିଯାଇଥିଲା । ଏହି ଆଧାରରେ ଭବାନୀପାଟଣା ବସଷ୍ଟାଣ୍ଡରେ ଭିଜିଲାନ୍ସ ତାଙ୍କୁ ଧରି ଲକ୍ଷାଧିକ ଟଙ୍କା ଜବତ କରିଛି ।
ତେବେ ଜବତ ଟଙ୍କା ସମ୍ବନ୍ଧରେ ଭିଜିଲାନ୍ସ ସନ୍ତୋଷଜନକ ଉତ୍ତର ନ ପାଇ ଯନ୍ତ୍ରୀଙ୍କ ବଲାଙ୍ଗୀର ସ୍ଥିତ ଟିକରପଡା ବାସଭବନ, ଦନ୍ଦାହାଣ୍ଡି ସରକାରୀ କାର୍ଯ୍ୟାଳୟ ଓ ଉପକୋରଟର ଭଡା ଘରେ ଚଢାଉ ଜାରି ରଖିଛି । ଏନେଇ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
କଳାହାଣ୍ଡିରୁ ଅଜିତ ସିଂହ , ଇଟିଭି ଭାରତ