ETV Bharat / state

Vigilance Raid: ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ - କଳାହାଣ୍ଡିରେ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଅଧିକ ପଢନ୍ତୁ

Vigilance Raid:  କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

author img

By

Published : Mar 7, 2022, 9:32 AM IST

Updated : Mar 7, 2022, 9:55 AM IST

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ମହାବିଦ୍ୟାଳୟରେ କୋଟିକୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗରେ ଏକକାଳୀନ ୪ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Vigilance Raid: ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାଙ୍କ ନେତୃତ୍ୱରେ ବିଶ୍ୱନାଥପୁର ସ୍ଥିତ ବାସଭବନରେ ଚଢାଉ କରାଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା କ୍ରସର ଉପରେ ମଧ୍ୟ ଭିଜିଲାନ୍ସର ଟିମ୍ ଚଢାଉ କରିଛି।

ସୂଚନା ଅନୁଯାୟୀ ବିଶ୍ୱନାଥପୁର ସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବା ବେଳେ ପରେ ପୋଲିସ ହାତରେ ଧରାପଡି ଜେଲ ଯାଇଥିଲେ ।

ସେହିଦିନ ଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସମ୍ପତ୍ତି ଭିଜିଲାନ୍ସ ସ୍କାନରରେ ରହିଥିଲା । ଆଜି ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି । ଚଢାଉ ଶେଷ ହେବା ପରେ ସମ୍ପତ୍ତି ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 7, 2022, 9:55 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.