ETV Bharat / state

ଜେଲ ଗଲେ କୋଟିପତି ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର - ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର

ଗିରଫ ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକାର ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର । ଆୟ ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥିଲା । ଅଧିକ ପଢନ୍ତୁ

ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର
ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର
author img

By

Published : Dec 30, 2022, 7:38 AM IST

ଭବାନୀପାଟଣା: ମହଙ୍ଗା ପଡିଲା ଆୟ ଆୟବହିର୍ତୂ ସମ୍ପତି ଠୁଳ । ଭିଜିଲାନ୍ସ ସ୍କାନରକୁ ଆସିବା ପରେ ଗିରଫ ହୋଇ ଜେଲ ଗଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକାର ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର । ବୁଧବାର ଏକକାଳୀନ ୪ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ।

ସୂଚନାଅନୁସାରେ, ଶୁକ୍ରବାର ଭିଜିଲାନ୍ସ ରେଡ ସମୟରେ ନଗଦ ୪୯ ହଜାର ୧୬୩ ଟଙ୍କା, ବ୍ୟାଙ୍କ, ପୋଷ୍ଟାଲ ଓ ଇନସୁରାନ୍ସ ଜମା ୫୨.୫୬ଲକ୍ଷ, ଗୋଟିଏ କାର, ୨୫୦ ଗ୍ରାମ ସୁନା, ରୁପା ୯୩୦ ଗ୍ରାମ ଜବତ ହୋଇଥିଲା । ସେହିପରି ମହାବୀର ପଡ଼ାରେ ୭୦୩୩ ବର୍ଗଫୁଟର ନିର୍ମିତ କୋଠା ଯାହାର ଦାମ ପ୍ରାୟ୧ କୋଟି, ଇରୀଗେସନ କଲୋନୀରେ ୨୫୦୦ ବର୍ଗଫୁଟର ୨ ମହଲା କୋଠା ଯାହାର ଦାମ ପ୍ରାୟ ୬୦ ଲକ୍ଷ ଓ ଭବାନୀପାଟଣା ସହର ଆଖପାଖରେ ୩ ଟି ପ୍ଲଟ ରହିଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ: କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧୫ଘଣ୍ଟା ପରେବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ ସମ୍ପତ୍ତି ଆକଳନ

୨୦୦ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଓ ଏହାର ପରିମାଣ ୨ କୋଟି ୩ ଲକ୍ଷ ୭୩ ହଜାର ୯୪୪ ଟଙ୍କା ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ କରିବା ପରେ ସକାଳୁ ସକାଳୁ ଉପ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଭିଜିଲାନ୍ସ କାର୍ଯ୍ୟାଳୟ ରେ ରଖି ଅଧିକ ପଚରାଉଚରା ପରେ ଭବାନୀପାଟଣା ଭବାନୀପାଟଣା ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହଜାର କରିଥିଲା ଭିଜିଲାନ୍ସ ବିଭାଗ । ହେଲେ ଯନ୍ତ୍ରୀ ସମୀର ଠାକୁରଙ୍କ ଜାମିନ ନାମଞ୍ଜୁର ହେବାରୁ ଭବାନୀପାଟଣା ଜେଲକୁ ପଠା ଯାଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.