ETV Bharat / state

ଅଟକ ଯୁବକ ମୃତ, ବେଦାନ୍ତ ପରିସରରେ 144 ଧାରା ଜାରି - ବେଦାନ୍ତ

କିଛି ମାସ ତଳେ ଚର୍ଚ୍ଚାର ପରିସରକୁ ଆସିଥିଲା ବେଦାନ୍ତରେ ଲଙ୍କାକାଣ୍ଡ ଘଟଣା । ଘଟଣାରେ ଅଟକ ଯୁବକମାନଙ୍କ ମଧ୍ୟରୁ ଜଣଙ୍କର ଶୁକ୍ରବାର ମୃତ୍ୟୁ ହେବା ପରେ ଏହି ଚର୍ଚ୍ଚା ଏବେ ନେଇଛି ନୂଆମୋଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Aug 24, 2019, 1:00 PM IST

କଳାହାଣ୍ଡି: କିଛି ମାସ ତଳେ ଚର୍ଚ୍ଚାର ପରିସରକୁ ଆସିଥିଲା ବେଦାନ୍ତରେ ଲଙ୍କାକାଣ୍ଡ ଘଟଣା । ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ 25 ଜଣଙ୍କୁ ଗିରଫ କରିଥିଲା । ହେଲେ ଅଟକ ଯୁବକଙ୍କ ମଧ୍ୟରୁ ଜଣଙ୍କର ଶୁକ୍ରବାର ମୃତ୍ୟୁ ହେବା ପରେ ଘଟଣା ଏବେ ନେଇଛି ନୂଆମୋଡ । ଫଳରେ ବେଦାନ୍ତ ପ୍ଲାଣ୍ଟ ମୁଖ୍ୟ ଫାଟକ ଓ ବେଦାନ୍ତ ଟାଉନସିପ ଅଞ୍ଚଳର 2 କିଲୋମିଟର ଭିତରେ 144 ଧାରା ଜାରି କରାଯାଇଛି ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 18 ତାରିଖରେ ଲାଞ୍ଜିଗଡସ୍ଥିତ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ ସାଧାରଣ ଜନତା ଓ ବେଦାନ୍ତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଉଗ୍ରତର ହୋଇ ପୋଡାଜଳାରେ ପହଞ୍ଚିଥିଲା । ଘଟଣାରେ ଜଣେ ବେଦାନ୍ତ ସୁରକ୍ଷାକର୍ମୀ(ୱାଇଏସଏଫ୍‌ ମେଜର)ଙ୍କ ସମେତ ଛତ୍ରପୁର ଗ୍ରାମର ବେଦାନ୍ତ ଶ୍ରମିକ ଜାନି ବାତ୍ରାଙ୍କର ମୃତ୍ୟୁ ହୋଇଥିଲା । ପରେ ସିସିଟିଭି ଫୁଟେଜ ଆଧାରରେ 25 ଜଣଙ୍କୁ ଜେଲରେ ଭର୍ତ୍ତି କରିଥିଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ହେଲେ ଗତ 3 ଦିନ ହେବ ଜେଲରେ ଅସୁସ୍ଥ ହୋଇ ପଡିଥିଲେ ରେଙ୍ଗୋପାଲି ଗ୍ରାମର ଅଟକ ଯୁବକ ପଟ୍ଟନାୟକ ହରିଜନ(45) । ଗୁରୁତର ପଟ୍ଟନାୟକଙ୍କୁ ଜେଲ କର୍ମଚାରୀ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥାରେ ଉନ୍ନତି ନହେବାରୁ 2 ଦିନ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଆଖି ବୁଜିଥିଲେ ପଟ୍ଟନାୟକ ।

ଏନେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସହ ମୃତ ପଟ୍ଟନାୟକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି । ତେଣୁ କମ୍ପାନୀର 2 କିଲୋମିଟର ପରିଧି ମଧ୍ୟରେ 144 ଧାରା ଜାରି କରାଯାଇଛି । କୌଣସି ସ୍ଥାନରେ ଯେପରି 5 ଜଣରୁ ଅଧିକ ଲୋକ ଏକାଠି ନ ହେବେ, ସେ ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳରେ ପ୍ରଚାର ମଧ୍ୟ କରାଯାଉଛି ।

ତେବେ ଗ୍ରାମବାସୀ ଓ ପରିବାର ଲୋକଙ୍କ ଦାବି ଅନୁଯାୟୀ ମୃତ ପଟ୍ଟନାୟକଙ୍କ 5 ଝିଅଙ୍କୁ 5 ଲକ୍ଷ ଲେଖାଏଁ ଦିଆଯିବା ସହ ସ୍ତ୍ରୀ ମନୋରମାଙ୍କୁ ଚାକିରୀ ଯୋଗାଇବାର ଦାବି କରାଯାଇଛି । ଅନ୍ୟପଟେ ବେଦାନ୍ତ ଗେଷ୍ଟ ହାଉସରେ ଗ୍ରାମବାସୀ, ବେଦାନ୍ତ କର୍ତ୍ତୃପକ୍ଷ ଓ ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଛି । ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା ଥିବାରୁ 144 ଧାରା କରାଯାଇଛି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Intro:ଗତ ମାର୍ଚ୍ଚ ୧୮ ତାରିଖ ଦିନ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ମୂଖ୍ୟ ଫାଟକ ରେ ସାଧାରଣ ଜନତା ଓ ବେଦାନ୍ତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହା ଶେଷରେ ଉଗ୍ରରୁପ ଧାରଣ କରି କମ୍ପାନୀ ପୋଡାଜଳା ହେବା ସହ ଲାଟିଚାର୍ଜ ମଧ୍ୟ କରାଯାଇଥିଲା । ଏଥିରେ ଜଣେ ବେଦାନ୍ତ ସୁରକ୍ଷା କର୍ମୀ (ୱାଇଏସଏଫ୍ ମେଜର) ର ମୃତ୍ୟୁ ହେବା ସହ ଛତ୍ରପୁର ଗ୍ରାମର ବେଦାନ୍ତ ଶ୍ରମିକ ଜାନି ବାତ୍ରା ର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୨୯ ଜଣଙ୍କୁ ସିସିଟିଭି ଆଧାରରେ ଗିରଫ କରି ଜେଲ ପଠାଇଥିବା ବେଳେ ଆଜି ଶୁକ୍ରବାର ଦିନ ଜଣଙ୍କର ଚିକିସ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରେଙ୍ଗୋପାଲି ଗ୍ରାମର ପଟ୍ଟନାୟକ ହରିଜନ (୪୫)ଙ୍କୁ ଏହି ଘଟଣାରେ ପୋଲିସ ଗିରଫ କରି ଜେଲ ପଠାଇଥିଲା । ଗତ ୩ ଦିନ ତଳେ ପଟ୍ଟନାୟକ ହରିଜନର ଦେହ ଜେଲରେ ଖରାପ ହୋଇଥିଲା ।Body: ଅତ୍ୟନ୍ତ ଗୁରୁତର ହେବାରୁ ଜେଲ କର୍ମଚାରୀ ଭବାନୀପାଟଣା ଡାକ୍ତରଖାନକୁ ନେଇଥିଲେ । ସେଠାରେ ୨ ଦିନ ରଖିବାପରେ ଡାକ୍ତର ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ଆଜି ଶୁକ୍ରବାର ଦିନ ଚିକିତ୍ସା ସମୟରେ ପଟ୍ଟନାୟକର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ବେଳେ କମ୍ପାନୀର ୨ କି.ମି. ପରିଧି ମଧ୍ୟରେ ୧୪୪ ଧାରା ଯାରି କରାଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟ ରେ ଅଞ୍ଚଳରେ ପ୍ରଚାର କରାଯାଉଛି ବେଦାନ୍ତ ପ୍ଲାଣ୍ଟ ମୁଖ୍ୟ ଫାଟକ ଓ ବେଦାନ୍ତ ଟାଉନସିପ ଏରିଆ ୨ କି.ମି. ଭିତରେ ୧୪୪ ଧାରା ଜାରିହୋଇଛି। ଏଣୁ ଏହି ପରିଧି ମଧ୍ୟରେ ଯେ କୌଣସି ଜାଗାରେ ୫ ରୁ ଅଧିକ ଲୋକ ଜମା ହୋଇ ରହିପାରିବେ ନାହିଁ, ରେଲି କିମ୍ବା ସଭା ସମିତି କରିପାରିବେ ନାହିଁ ।Conclusion: ମୃତ ପଟନାୟକ ର ପରିବାର ଓ ରେଂଗୋପାଳି ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି । ୫ ଟି ଝିଅ କୁ ୫ ଲକ୍ଷ୍ୟ ଲେଖାଏଁ, ସ୍ତ୍ରୀ ମନୋରମା କୁ ଚାକିରୀ ପାଇଁ ଦାବି କରାଯାଇଛି।ବେଦାନ୍ତ ଗେଷ୍ଟ ହାଉସ ରେ ଗ୍ରାମବାସୀ ,ବେଦାନ୍ତ କର୍ତ୍ତୃପକ୍ଷ ଓ ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଛି। ଗୁଇନ୍ଦା ବିଭାଗ ସୂଚନା ଆଧାରରେ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା ଥିବାରୁ ୧୪୪ ଧାରା ଜାରି କରିଥିବା ସୂଚନା ମିଳିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.