ETV Bharat / state

ଠକ ସଂସ୍ଥାଙ୍କ ଟାର୍ଗେଟରେ ବେକାର ଯୁବପିଢୀ - ଉର୍ଯୋଗ ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡ଼

ଠକ ସଂସ୍ଥା ଟାର୍ଗେଟରେ ବେକାର ଯୁବକ ଯୁବତୀ । ଆଉ ଏହାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀ । ଅଧିକ ପଢନ୍ତୁ...

ଠକ ସଂସ୍ଥାଙ୍କ ଟାର୍ଗେଟରେ ବେକାର ଯୁବକ ଯୁବତୀ
ଠକ ସଂସ୍ଥାଙ୍କ ଟାର୍ଗେଟରେ ବେକାର ଯୁବକ ଯୁବତୀ
author img

By

Published : May 17, 2021, 1:49 PM IST

ଭବାନୀପାଟଣା: ଠକ ସଂସ୍ଥା ଟାର୍ଗେଟରେ ବେକାର ଯୁବକ ଯୁବତୀ । ଚାକିରୀ ଦେବା ନାଁ ରେ କଳାହାଣ୍ଡି ଜିଲ୍ଲାରେ ଖୋଲିଛି ଅନେକ ଗୁଡିଏ ପ୍ଲେସମେଣ୍ଟ ସଂସ୍ଥା । ଆଉ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଚାକିରୀ ପରିବର୍ତ୍ତେ ଟଙ୍କାନେଇ ପାର ହେବାକୁ ବସିଛି ପ୍ଲେସମେଣ୍ଟ ସଂସ୍ଥା । କିଏ କହୁଛି ପାର୍ଟ ଟାଇମ କରି ଟଙ୍କା ପାଆନ୍ତୁତ ଆଉ କିଏ କହୁଛି ଘରେ ବସି ନିଅନ୍ତୁ ମାସିକ ଦରମା । ଖବର କାଗଜ ଓ କାନ୍ଥବାଡରେ ଏଭଳି ବିଜ୍ଞାପନ ଦେଖି ଉତ୍ସାହିତ ହୋଇପଡୁଛନ୍ତି ବେକାର ଶିକ୍ଷିତ ଯୁବକ ଯୁବତୀ । ଆଉ ଚାକିରୀ ପାଇଁ ଆବେଦନ କରି ଅଗ୍ରୀମ ଆକାରରେ ଦେଉଛନ୍ତି ହଜାର ହଜାର ଟଙ୍କା ।

ଠକ ସଂସ୍ଥାଙ୍କ ଟାର୍ଗେଟରେ ବେକାର ଯୁବକ ଯୁବତୀ

ହେଲେ କିଛି ଦିନ ପରେ ଚାକିରୀ ବଦଳରେ ପ୍ଲେସମେଣ୍ଟ ସଂସ୍ଥା ବନ୍ଦ କରି ପାର ହୋଇ ଯାଉଛନ୍ତି । ଯାହା ଫଳରେ ସହ ସହ ଯୁବକ ଯୁବତୀ ଲକ୍ଷାଧିକ ଠକେଇ ର ଶିକାର ହେଉଛନ୍ତି । ସବୁଠାରୁ ବଡ଼ କଥା ହେଲା ବିଜ୍ଞାନରେ ଲାଗିଥିବା ପୋଷ୍ଟରରେ ରହୁନି ସଂସ୍ଥାର ଠିକଣା । ଆଉ ଏ ଠକ ସଂସ୍ଥାର ଶିକାର ହୋଇଛନ୍ତି ଜିଲ୍ଲାର କିଛି ଯୁବକ ଯୁବତୀ । ଉର୍ଯୋଗ ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡ଼ ନାଁରେ ଏକ ସଂସ୍ଥା ୬୦ ରୁ ଉର୍ଦ୍ଧ୍ବ ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ନାଁ ରେ ଠକି ନେଇଛି ହଜାର ହଜାର ଟଙ୍କା ।

ସୂଚନା ଅନୁଯାୟୀ ସଂସ୍ଥା ପକ୍ଷରୁ ପ୍ରଥମେ ପ୍ରାର୍ଥୀ ଚୟନ କରାଯିବା ପରେ ଅଗ୍ରୀମ ଟଙ୍କା ପୈଠ ପାଇଁ କୁହାଯାଇ ଏକ ନିଯୁକ୍ତ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା । ପରେ କିଛି ଯୁବକ ଯୁବତୀ ସଂସ୍ଥା ସ୍ଥାୟୀତ୍ବକୁ ନେଇ ସନ୍ଧେହ ହେବା ପରେ ଗଣମାଧ୍ୟମର ଦ୍ବାରାସ୍ତ ହୋଇଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ପୋଲିସ ସହ ଆଲୋଚନା ପରେ ସଂସ୍ଥାର ମାଷ୍ଟର ମାଇଣ୍ଡ ଗୁରୁଦେବ ସେଠକୁ ଜୁନାଗଡ଼ ଏକ ଭଡା ଘରୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରୀ ରହିଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଥାନାରେ ଅଭିଯୋଗ ହୋଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.