ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଫେରିବା ବେଳେ ଗଲା ଦୁଇ ଜୀବନ, ଜାତୀୟ ରାଜପଥରେ ମୃତଦେହ ରଖି କ୍ଷତିପୂରଣ ଦାବି - ପିକପ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଫେରିବା ବେଳେ ଯୁବକଙ୍କର ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଜାତୀୟ ରାଜପଥରେ ଦୁଇଜଣ ଯୁବକଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଜାତୀୟ ରାଜପଥ ମୃତଦେହ ରଖି କ୍ଷତିପୂରଣ ଦାବି
ଜାତୀୟ ରାଜପଥ ମୃତଦେହ ରଖି କ୍ଷତିପୂରଣ ଦାବି
author img

By

Published : Mar 6, 2023, 10:41 PM IST

ଭବାନୀପାଟଣା : ଦୁଇଟି ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଫେରିବା ବେଳେ ଯୁବକଙ୍କର ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ପିକପ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ପରିବାର ଓ ଗ୍ରାମବାସୀ ।

ସୂଚନା ଅନୁଯାୟୀ ଗତକାଲି (ରବିବାର) ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଛୁଆଠୁ ବୁଢ଼ା ସମସ୍ତ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଲାଗିଥିଲା ଶହଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି ଗାଁର ଦୁର୍ଯ୍ୟୋଧନ ମାଝୀ ଓ ଦେବାଶିଷ ବାଗ ମଧ୍ୟ ଏକ ବାଇକ ଯୋଗେ ଆମପାଣିକୁ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରିବା ସମୟରେ ମାହାଜନଗୁଡା ନିକଟ ବୁଲାଣିରେ ସାମ୍ନା ପଟୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଦୁର୍ଯ୍ୟୋଧନ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଦେବାଶିଷ ବାଗ ଗୁରୁତର ହୋଇଥିଲେ ।

ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକୁ ଉଦ୍ଧାର କରି ପ୍ରଥମେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେଠାରେ ଯୁବକଙ୍କ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିବା ବେଳେ କ୍ଷତିପୂରଣ ଦାବିରେ ଆଜି ପରିବାର ଓ ଗ୍ରାମବାସୀ ଜାତୀୟ ରାଜପଥରେ ଦୁଇଜଣ ଯୁବକଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନ କାରୀମାନଙ୍କ ସହ ଆଲୋଚନା ଜାରି ରଖିଲେ । ପରେ ଦୀର୍ଘ ସମୟଧରି ପୋଲିସ ବୁଝାସୁଝା କରିବା ପରେ ମୃତଦେହ ଉଠାଉଥିଲେ ଗ୍ରାମବାସୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.