ଭବାନୀପାଟଣା: ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହେଲେ କଳାହାଣ୍ଡିର ୨ ସାମ୍ବାଦିକ । ଉଭୟ ଏକାଧାରରେ ଜଣେ କଳାକାର ମଧ୍ୟ । ୨୦୨୨ ବର୍ଷ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।
କଳାହାଣ୍ଡିର ବରିଷ୍ଠ ଲୋକ ସଙ୍ଗୀତ ବାଦ୍ୟକାର ପ୍ରଦୀପ କୁମାର ସିଂହ ଏବଂ ଯୁବ ଗୀତିକାର ନିଳାଞ୍ଚଳ ପାନ ପୁରସ୍କୃତ ହୋଇଛନ୍ତି । ଲୋକସଙ୍ଗୀତ ବାଦ୍ୟକାର ପ୍ରଦୀପ କୁମାର ସିଂହ ମହାବୀର ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ବାଦ୍ୟଯନ୍ତ୍ର କଳାକାର ଭାରତ ବର୍ଷର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସୁନାମ ଅର୍ଜନ କରିବା ସହ ଋଷିଆ, ଚୀନ, ଦୁବାଇରେ ମଧ୍ୟ ବାଦ୍ୟକାର ଭାବରେ ସୁନାମ ଅର୍ଜନ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୨୨ ବର୍ଷ ପାଇଁ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ତାଙ୍କର ପ୍ରତିଭାକୁ ସମ୍ମାନ ଜଣାଇ ୨ଲକ୍ଷ ଟଙ୍କା ନଗଦ ରାଶି ସହ ମାନପତ୍ର ଓ ଉପଢୌକନ ଦେଇ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ସେହିଭଳି କବିଚନ୍ଦ୍ର କାଳୀଚରଣ ଯୁବ ପୁରସ୍କାର ଜିଲ୍ଲାର ଯୁବ ଗୀତିକାର ନିଳାଞ୍ଚଳ ପାନଙ୍କୁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଛି। ଏହି ଦୁଇ କଳାକାର କଳାହାଣ୍ଡି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ କଳାକାରଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଏହା ମଧ୍ୟ ପଢନ୍ତୁ: ଦେଶର ପ୍ରଥମ ମୁସଲମାନ ମହିଳା ପାଇଲଟ ସାନିଆ ମିର୍ଜା, ଆକାଶରେ ଉଡାଇବେ ଯୁଦ୍ଧ ବିମାନ
ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଯୁବ ବ୍ୟାପାରମନ୍ତ୍ରୀ ତରଣୀକାନ୍ତ ବେହେରା, ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ବିନୀ ପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, ଓଡିଶା ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ପଦ୍ମଶ୍ରୀ ଅରୁଣା ମହାନ୍ତି, ମନ୍ମଥ ଶତପଥୀ ଓଡିଶା ସଂଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଉପସ୍ଥିତି ରହିଥିଲେ ।
ଇଟିଭି ଭାରତ, କଳାହାଣ୍ଡି