ETV Bharat / state

ଆକାଶରୁ ଖସିଲା ମୃତ୍ୟୁ, ଏକାସାଙ୍ଗରେ ଆଖି ବୁଜିଲେ ଦୁଇ ଭାଇ - ବଜ୍ରାଘାତର ଶିକାର ହୋଇ ଦୁଇ ଭାଇ ମୃତ

କଳାହାଣ୍ଡି ଜିଲ୍ଲାର ମାଟିଖାଲ ଗାଁରେ ଦୁଃଖଦନୀୟ ଘଟଣା । ବଜ୍ରାଘାତର ଶିକାର ହୋଇ ଦୁଇ ଭାଇ ମୃତ। ଅଧିକ ପଢନ୍ତୁ

two brothers died after a lightning strike

author img

By

Published : Apr 25, 2023, 3:50 PM IST

two brothers died after a lightning strike

ଭବାନୀପାଟଣା: କାଳ ପାଲିଟିଲା କାଳବୈଶାଖୀ । ଜମିରେ କାମ କରୁଥିବା ସମସୟରେ ଆକାଶରୁ ଖସି ମୃତ୍ୟୁ। ବଜ୍ରାଘାତରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ସୂଚନା। ଏଭଳି ଦୁଃଖଦନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ମାଟିଖାଲ ଗାଁରେ । ମୃତକ ହେଉଛନ୍ତି ସେହି ଗ୍ରାମର ଦୁଇ ଭାଇ ଭଜନ ଦଳପତି ଏବଂ ପଙ୍କଜ ଦଳପତି।

ସୂଚନା ଅନୁଯାୟୀ କଳାହାଣ୍ଡିରେ ଗତ ୩ ହେବ ସନ୍ଧ୍ୟା ସମୟରେ କାଳବୈଶାଖୀର ପ୍ରଭାବରେ ବର୍ଷା ଲାଗି ରହୁଛି। ସମୟ ସମୟରେ ବଜ୍ରାଘାତ ମଧ୍ୟ ହେଉଛି। ତେବେ ଗତକାଲି(ସୋମବାର) ସନ୍ଧ୍ୟାରେ ମଧ୍ୟ ପବନ ସାଙ୍ଗକୁ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିଲା। ଏହି ସମୟରେ କଲମପୁର ବ୍ଲକ ଅନ୍ତର୍ଗତ ମାଟିଖାଲ ଗାଁର ଦୁଇ ଭାଇ ଭଜନ ଦଳପତି ଏବଂ ପଙ୍କଜ ଦଳପତି ଗାଁ ମୁଣ୍ଡରେ ଥିବା ନିଜ ଚାଷ ଜମିରେ ତରଭୁଜ ଚାଷ କରୁଥିଲେ। ଫଳରେ ବଜ୍ରାଘାତର ଶିକାର ହୋଇ ଘଟଣା ସ୍ଥଳରେ ଦୁଇଭାଇଙ୍କ ମୃତ୍ୟ ହୋଇଥିଲା। ଏହା ଦେଖି ନିକଟରେ ଥିବା ଅନ୍ୟ ଚାଷୀ ଭାଇ ମାନେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଖବର ପ୍ରଚାର ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଗତ କିଛି ଦିନ ତଳେ ମଧ୍ୟ ବଜ୍ରାଘାତ ରେ ଜିଲ୍ଲାର କୋକସରା ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତ୍ୟ ହୋଇଥିବା ବେଳେ କାଳ ବୈଶାଖୀ ବର୍ଷା ଲୋକଙ୍କ ପାଇଁ ଦୁଃଖ ଆଣିଛି। କାରଣ ବର୍ଷା ଯୋଗୁଁ ଅନେକ ଡାଲି ଜାତୀୟ ଫସଲ ନଷ୍ଟ ହେଉଥିବା ବେଳେ ପନିପରିବାର ଚାଷ ମଧ୍ୟ ପ୍ରଭାବିତ ହେଉଛି। ଯାହା ଚାଷୀଙ୍କ ଆର୍ଥିକ ଓ ମାନସିକ ସ୍ଥିତିକୁ ଦୁର୍ବଳ କରିଦେଉଛି।

କାଳ ବୈଶାଖୀ ବର୍ଷା ଯୋଗୁଁ କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡ ଗାଁରେ ପିଆଜ ଚାଷ ନଷ୍ଟ ହୋଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଅଦିନିଆ ବର୍ଷା ସହ କୁଆପଥର ମାଡ଼ ଯୋଗୁଁ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଛି । ତେଣୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.