ଭବାନୀପାଟଣା: ଓୟୁଏଟି ଆନୁକୂଲ୍ୟରେ ଭବାନୀପାଟଣା କୃଷି ମହାବିଦ୍ୟାଳୟର ୨ ଜଣ ଛାତ୍ରୀ ପ୍ରୀତି ପଲ୍ଲବୀ ଓ ଶୁଭଦର୍ଶନୀ ସାହୁ ଉଚ୍ଚତର ତାଲିମ ନେବା ପାଇଁ ବିଦେଶ ଯାତ୍ରା ନିମନ୍ତେ ମନୋନୀତ ହୋଇଛନ୍ତି। ସେମାନେ ଆମେରିକାର ନେବ୍ରାପ୍ସ୍ ବିଶ୍ବବିଦ୍ୟାଳୟକୁ ଯାତ୍ରା କରିଛନ୍ତି ।
ସେଠାରେ ସେମାନେ ୨ ମାସ ରହଣୀ ଭିତରେ ବିଭିନ୍ନ ଗବେଷଣା କେନ୍ଦ୍ର ବୁଲି ପ୍ରତ୍ୟକ୍ଷ ଜ୍ଞାନ ଆରୋହଣ କରିବେ | ଉଦ୍ୟୋଗ ଭିତ୍ତିକ ଅଭିଜ୍ଞତା ପାଇଁ ସେମାନେ ଯାତ୍ରା କରିଛନ୍ତି | ଏନେଇ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଡ. ଚିନ୍ତାମଣି ପଣ୍ଡା ଏବଂ ନୋଡାଲ ଅଫିସର ଡ. ସିମିଲି ଦାସ ଏହି କାର୍ଯ୍ୟକ୍ରମରେ ସହାୟତା କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ