ETV Bharat / state

ଗଞ୍ଜେଇ ଚାଲାଣବେଳେ ମାଡ଼ି ବସିଲା ପୋଲିସ, ୨ ଗିରଫ

author img

By

Published : Apr 20, 2022, 4:46 PM IST

ପୋଲିସ ସ୍କାନରରେ ବେଆଇନ ଗଞ୍ଜେଇ ବେପାରୀ । ଆଜି କଳାହାଣ୍ଡି ଜିଲ୍ଲା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

୨ କ୍ବିଣ୍ଟାଲ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ: ୨ ଗିରଫ

ଭବାନୀପାଟଣା : ପୋଲିସ ସ୍କାନରରେ ବେଆଇନ ଗଞ୍ଜେଇ ବେପାରୀ । ଆଜି (ବୁଧବାର) କଳାହାଣ୍ଡି ଜିଲ୍ଲା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ଏମ୍‌ ରାମପୁର ଥାନା ଅଞ୍ଚଳ ମାନିକେରା ଅଞ୍ଚଳରୁ ନୂଆପଡ଼ା ଜିଲ୍ଲା କୋମାନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିଲେ ଅଭିଯୁକ୍ତ । ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଜିଲ୍ଲା ସୀମାନ୍ତ ତେଲ ନଦୀ ନିକଟରେ ଉଭୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ଦୁଇ ଗିରଫ

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବେଧଡ଼କ ଭାବରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଛି । ଅବକାରୀ ବିଭାଗ ଓ ପୋଲିସ ବିଭାଗ ଆଖିରେ ଧୂଳି ଦେଇ ବେଶ ଚତୁରତାର ସହ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ବୁଧବାର ମଧ୍ୟ ଦୁଇ ଅଭିଯୁକ୍ତ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ କରୁଥିଲେ । କଳାହାଣ୍ଡିଙ୍କ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଯୋଜନା ପ୍ରସ୍ତୁତ କରିଥିଲା କେସିଙ୍ଗା ପୋଲିସ । ଫଳରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।

ଗିରଫ ଅଭିଯୁକ୍ତ ନୂଆପଡ଼ ଜିଲ୍ଲା କୋମନା ଅଞ୍ଚଳର କ୍ଷୀରୋଦ ତାଣ୍ଡି ଓ ରୋହନ ତାଣ୍ଡି ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ ଫୋନ ସମେତ ୪ଟି ବାଇକ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ କହିଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.