ETV Bharat / state

Panchayat Poll: ୨୦ ବର୍ଷ ପରେ ଭୋଟ ଦେଲା ତ୍ରିଲୋଚନପୁର ପଞ୍ଚାୟତ - କଳାହାଣ୍ଡି ପଞ୍ଚାୟତ ନିର୍ବାଚନ ଖବର

୨୦ ବର୍ଷ ପରେ ଭୋଟ ଦେଲେ ତ୍ରିଲୋଚନପୁର ପଞ୍ଚାୟତ ବାସିନ୍ଦା । ଦୀର୍ଘ ବର୍ଷ ପରେ ନିର୍ବାଚନ ହୋଇ ନଥିବାବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତ ସାବ୍ୟସ୍ତ କରିଛନ୍ତି ତ୍ରିଲୋଚନପୁର ବାସିନ୍ଦା । ଅଧିକ ପଢ଼ନ୍ତୁ

ଲାଲ ଗଡ଼ରେ ଡ଼ିଆଇଜି ରାଜେଶ ପଣ୍ଡିତ ।
ଲାଲ ଗଡ଼ରେ ଡ଼ିଆଇଜି ରାଜେଶ ପଣ୍ଡିତ ।
author img

By

Published : Feb 22, 2022, 7:09 PM IST

ଭବାନୀପାଟଣା: ୨୦ ବର୍ଷ ପରେ ଭୋଟ ଦେଲେ ତ୍ରିଲୋଚନପୁର ପଞ୍ଚାୟତ ବାସିନ୍ଦା । ଦୀର୍ଘ ବର୍ଷ ପରେ ନିର୍ବାଚନ ହୋଇ ନଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତ ସାବ୍ୟସ୍ତ କରିଛନ୍ତି ତ୍ରିଲୋଚନପୁର ବାସିନ୍ଦା । ନିର୍ବାଚନକୁ ନେଇ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଲାଲଗଡ଼ ଭାବରେ ପରିଚିତ ତ୍ରିଲୋଚନପୁର ପଞ୍ଚାୟତ । ମାଓବାଦୀଙ୍କ ଭୟରେ ଏଠାରେ ଭୋଟ ଦେଉନଥିଲେ ଲୋକେ ।

Panchayat Poll: ୨୦ ବର୍ଷ ପରେ ଭୋଟ ଦେଲା ତ୍ରିଲୋଚନପୁର ପଞ୍ଚାୟତ
Panchayat Poll: ୨୦ ବର୍ଷ ପରେ ଭୋଟ ଦେଲା ତ୍ରିଲୋଚନପୁର ପଞ୍ଚାୟତ
ଲାଲ ଗଡ଼ରେ ଡ଼ିଆଇଜି ରାଜେଶ ପଣ୍ଡିତ ।
ଲାଲ ଗଡ଼ରେ ଡିଆଇଜି ରାଜେଶ ପଣ୍ଡିତ ।

ତେବେ ଚଳିତ ଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଦେବାକୁ ପାଦ ବାହାରକୁ କାଢ଼ିଛନ୍ତି ତ୍ରିଲୋଚନପୁର ପଞ୍ଚାୟତ ବାସିନ୍ଦା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ନିଜେ ଏହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବାକୁ ତ୍ରିଲୋଚନପୁର ପଞ୍ଚାୟତରେ ପହଞ୍ଚିଥିଲେ । ମତଦାନ ପାଇଁ ଏଠାରେ ୧୧ଟି ବୁଥର ବ୍ୟବସ୍ଥା କରାଯାଇଥିଲା । ତେବେ ଶାନ୍ତି ଶୃୃଙ୍ଖଳାର ସହ ଏଠାରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.