ETV Bharat / state

କଳାହାଣ୍ଡିର ନିଆରା ପର୍ବ ଟୋକିମରା, ବିଭିନ୍ନ ଅଞ୍ଚଳରେ ପାଳିଲେ ଆଦିବାସୀ - କଳାହାଣ୍ଡି ଖବର

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ଟୋକି ମରା ପର୍ବ । ଏହି ପର୍ବରେ ବଳି ଅର୍ପଣ କରାଯାଉଥିବା ବୋଦା ମାଂସକୁ ଚାଷ ଜମିରେ ପୋତିଲେ ଦୁଃଖ କଷ୍ଟ ଲାଘବ ହେବା ସହ ବହୁତ ଫସଲ ହୋଇଥାଏ ବୋଲି ବିଶ୍ବାସ ରହିଛି । ଅଧିକ ପଢନ୍ତୁ

କଳାହାଣ୍ଡିର ନିଆରା ପର୍ବ ଟୋକି ମରା
କଳାହାଣ୍ଡିର ନିଆରା ପର୍ବ ଟୋକି ମରା
author img

By

Published : Jan 4, 2023, 9:29 PM IST

କଳାହାଣ୍ଡିର ନିଆରା ପର୍ବ ଟୋକି ମରା, ବିଭିନ୍ନ ଅଞ୍ଚଳରେ ପାଳିଲେ ଆଦିବାସୀ

କଳାହାଣ୍ଡି: ଆଦିବାସୀ ପରମ୍ପରା, ସଂସ୍କୃତି ଚାଲି ଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ । ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା । ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଟୋକିମରା ପର୍ବରେ । ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହୋଇଥାଏ ।

ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ଏହି ନିଆରା ପର୍ବ । ଆଜି(ବୁଧବାର) ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୋକସରା ବ୍ଲକ ଅନ୍ତର୍ଗତ ଓଲମା ଗାଁରେ ଧୂମାଧମାରେ ପାଳିତ ହୋଇଯାଇଛି ଟୋକି ମରା ପର୍ବ । ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ, ଜାନି, ଗାଁ ମୁଣ୍ଡରେ ଅସ୍ଥାୟୀ ମାଟି ଘର ପାଖରେ ଟୋକିପର୍ବ ପୂଜା ଆରମ୍ଭ କରିଥିଲେ । ପରେ ଗ୍ରାମର ଇଷ୍ଟଦେବୀ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରାଯାଇଥିଲା ।

ଟୋକି ପୂର୍ବକ ବୋଦାକୁ ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରାଯାଇଥିଲା । ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ରକୁ ବାହାର କରି ମାର୍ଜନା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ଦେବୀଙ୍କ ଏହି ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଆଦିବାସୀ ଏକାଠି ହୋଇଥିଲେ । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନାଚଗୀତ କରି ଗାଁ ମୁଣ୍ଡରେ ଥିବା ଧରଣୀ ପେନୁ ନିକଟରେ ପହଞ୍ଚିବା ପରେ ସେଠାରେ ବଳି ଦିଆଯାଇଥିଲା । ପରେ ବଳିର ଅଂଶକୁ ନେବା ପାଇଁ ଆଖପାଖ ଗାଁରୁ ଆସିଥିବା ଆଦିବାସୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଦେଖା ଦେଇଥିଲା । ବିଶ୍ବାସ ରହିଛି ଟୋକି ପର୍ବରେ ଧରଣୀ ପେନୁରେ ଦିଆଯାଇଥିବା ବଳିର ଅଂଶକୁ ନେଇ ନିଜ ଚାଷ ଜମିରେ ପୋତିଲେ ଦେବୀଙ୍କ କୃପାରୁ ଭଲ ଫସଲ ଅମଳ ହୋଇଥାଏ । ଏହି ପର୍ବରେ ଶହଶହ ସଂଖ୍ୟାରେ ଆଦିବାସୀ ସାମିଲ ହୋଇଥିଲେ ।

ପୂର୍ବରୁ ହେଉଥିବା ପର୍ବରେ କିଛିଟା ପରିବର୍ତ୍ତନ ହୋଇଥିବାବେଳେ ଏହି ପର୍ବକୁ ଆଦିବାସୀମାନେ ବଜାୟ ରଖିଛନ୍ତି । ମାଟି ମାଆକୁ ସନ୍ତୁଷ୍ଟ କରିବାକୁ ଏପରି ବଳି ଦେବାକୁ ପଡେ ବୋଲି ବିଶ୍ବାସ ରହିଛି । ବର୍ତ୍ତମାନ ପାଳିତ ହେଉଥିବା ଏହି ପର୍ବ ଅନୁଯାୟୀ, ଦେବାଦେବୀଙ୍କ ପାଖରେ ସମର୍ପଣ କରାଯାଇଥିବା ବୋଦାକୁ ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ପରବ ପଡିଆରେ ମେରିଆ ପହଞ୍ଚିଥାଏ । ସେଠାରେ ମାଟିମା’ଙ୍କୁ ବୋଦା ବଳି ଅର୍ପଣ କରାଯାଏ । ପୂର୍ବରୁ ଏହି ପର୍ବରେ କୁମାରୀ କନ୍ୟାକୁ ବଳି ଦେବା ପରମ୍ପରା ଥିଲା ଏବେ ବୋଦାକୁ ମଣିଷ ନାମରେ ନାମିତ କରି ବଳି ଦିଆଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ବଳି ଅର୍ପଣ କରାଯାଉଥିବା ବୋଦା ମାଂସକୁ ଚାଷ ଜମିରେ ପୋତିଲେ ଦୁଃଖ କଷ୍ଟ ଲାଘବ ହେବା ସହ ବହୁତ ଫସଲ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.