ETV Bharat / state

ଓଡ଼ିଶା ସିଭିଲ ସର୍ଭିସରେ କଳାହାଣ୍ଡିର 5 କୃତକାର୍ଯ୍ୟ

author img

By

Published : Oct 8, 2022, 1:03 PM IST

Updated : Oct 8, 2022, 2:18 PM IST

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ଏଥିରେ କଳାହାଣ୍ଡିର 5 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

three candidates of kalahandi cleared odisha civil service exam
ଓଡ଼ିଶା ସିଭିଲ ସର୍ଭିସରେ କଳାହାଣ୍ଡିର 3 କୃତକାର୍ଯ୍ୟ

ଭବାନୀପାଟଣା: ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ-2020ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କୃତକାର୍ଯ୍ୟ କରିଥିବା 392 ଜଣଙ୍କ ମଧ୍ୟରୁ କଳାହାଣ୍ଡିର ପାଞ୍ଚ ଜଣ ପ୍ରାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି । ଏଥିରେ ଜିଲ୍ଲାର ମଦନପୁର ରାମପୁର ପାଇକ ପଡ଼ାର ଅନୁପମ ଆଚାର୍ଯ୍ୟ, କେସିଙ୍ଗା ବ୍ଲକ ପାଷ୍ଟିଗୁଡି ଗ୍ରାମର ବିଷ୍ଣୁ ଗୋବିନ୍ଦ, ରାଧାକାନ୍ତ ନାୟକ, ନୀଳ ମାଧବ ପାତ୍ର ଏବଂ ବିଶ୍ବଜିତ ଶବର କୃତକାର୍ଯ୍ୟ ହୋଇଛନ୍ତି।

ଅନୁପମ ଆଚାର୍ଯ୍ୟ ଏହି ସଫଳତା ପାଇଁ ନିଜ ପରିବାରକୁ ଶ୍ରେୟ ଦେଇଛନ୍ତି । ବିଶେଷ କରି ଏଥିରେ ତାଙ୍କ ବାପାଙ୍କ ଯୋଗଦାନ ଥିବା କହିଛନ୍ତି । ଅନୁପମ ଆଚାର୍ଯ୍ୟ ପାଇକ ପଡ଼ାର ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏବଂ ପୁଷ୍ପାଞ୍ଜଳି ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ । ସେ ପ୍ରାଥମିକ ଶିକ୍ଷା ମଦନପୁର ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସାରିବା ପରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ସରକାରୀ ବିଦ୍ୟାଳୟରେ ପଢିଥିଲେ । ଏହାପରେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ବିଜ୍ଞାନରେ ଯୁକ୍ତ ଦୁଇ ପାଠ ପଢ଼ିଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରକାଶ ପାଇଲା 2020 OAS ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି କଲେଜରେ ବିଟେକ ସାରି ହାଇଦ୍ରାବାଦରେ ୨୦୧୫ରୁ ୨୦୧୮ ଯାଏଁ ଚାକିରି କରୁଥିଲେ । ଚାକିରି ଛାଡ଼ି ଦିଲ୍ଲୀରେ ୯ ମାସ ରହି ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ଏଂବ ଘରକୁ ଫରି ନିଜର ପ୍ରସ୍ତୁତି ଜାରି ରଖିଥିଲେ । ୨୦୨୧ରେ ଓପିଏସସି-2020 ପରୀକ୍ଷା ଦେବା ପରେ ଗତ ସେପ୍ଟେମ୍ବର ୯ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଓ ସେପ୍ଟେମ୍ବର ୨୯ରେ କଟକ ଓପିଏସସି କାର୍ଯ୍ୟାଳୟରେ ସାକ୍ଷାତକାର ଦେଇଥିଲେ । ଯାହାର ଫଳ ଏବେ ପ୍ରକାଶ ପାଇଛି ଏବଂ ଅନୁପମ ୩୭ ନମ୍ୱର ରାଙ୍କରେ ରହିଛନ୍ତି । ଏନେଇ ଅନୁପମଙ୍କ ଘରେ ଖୁସିରେ ଲହରୀ ଖେଳିଯାଇଥିବାବେଳେ ଅଭିନନ୍ଦନର ସୁଅ ଛୁଟିଛି।

ସେହିପରି କେସିଙ୍ଗା ବ୍ଲକ ପାଷ୍ଟିଗୁଡି ଗ୍ରାମର ବିଷ୍ଣୁ ଗୋବିନ୍ଦ ଓଡ଼ିଶା ସିଭିଲ ସର୍ଭିସରେ 74 ରାଙ୍କରେ କୃତକାର୍ଯ୍ୟ ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ବିଷ୍ଣୁ ସ୍ଥାନୀୟ ସରକାରୀ ସ୍କୁଲରେ ଶିକ୍ଷା ଲାଭ ପରେ ଭୁବନେଶ୍ୱର ଠାରେ ପାଠ ପଢୁଥିଲେ। କଠିନ ପରିଶ୍ରମ ପରେ ସେ ଆଜି ଏହି ସଫଳତା ପାଇଛନ୍ତି । ଏଥିଲାଗି ସେ ନିଜ ପରିବାର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ସେପଟେ ଜିଲ୍ଲାର ରାଧାକାନ୍ତ ନାୟକ 293 ରାଙ୍କରେ ରହିଥିବାବେଳେ ବିଶ୍ବଜିତ ଶବର 347 ରାଙ୍କରେ ରହି ସଫଳତା ହାସଲ କରିଛନ୍ତି।

ସୂଚନା ଥାଉକି, ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷାରେ ପ୍ରଥମ ତିନି ସ୍ଥାନରେ ଛାତ୍ରୀ ରହିଛନ୍ତି । ତେଜସ୍ବିନୀ ବେହେରା ଓଏଏସ (OAS) ଟପ୍ପର ହୋଇ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ ରହିଛନ୍ତି । ପରୀକ୍ଷାରେ ମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି । ଟପ ୧୦ ରାଙ୍କରେ ୭ ଜଣ ଝିଅ ରହିଥିବା ବେଳେ ୩ ଜଣ ପୁଅ ରହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 8, 2022, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.