ETV Bharat / state

ସହରରେ ନାହିଁ କାଞ୍ଜିଆ ହୁଦା, ରାସ୍ତାରେ ବୁଲୁଛନ୍ତି ଗାଈ ପଲ

ଗାଈଗୋରୁ ପାଳନ କରିଥିବା ସହରାଞ୍ଚଳର ଲୋକେ ନିଜ ନିଜ ଗାଈଗୋରୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡି ଦେଉଛନ୍ତି । ସେମାନଙ୍କ ପାଇଁ କୌଣସି କଟକଣା ଜାରି କରା ଯାଉନାହିଁ । ଫଳରେ ଗାଈପଲ କେବଳ ଯେ ସହର ଭିତରେ ଏଭଳି ସମସ୍ୟା ସୃଷ୍ଟି କରୁଛନ୍ତି ତାହା ନୁହେଁ ବରଂ ୨୬ ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟ ଶୋଇ ରହୁଛନ୍ତି ।

author img

By

Published : Oct 31, 2020, 1:39 PM IST

ସହରରେ ନାହିଁ କାଞ୍ଜିଆ ହୁଦା, ରାସ୍ତାରେ ବୁଲୁଛନ୍ତି ଗାଈ ପଲ
ସହରରେ ନାହିଁ କାଞ୍ଜିଆ ହୁଦା, ରାସ୍ତାରେ ବୁଲୁଛନ୍ତି ଗାଈ ପଲ

ଭବାନୀପାଟଣା: ସହର ପାଲଟିଲାଣି ଗାଈ ଗୁହାଳ । ଯୁଆଡେ ଦେଖିଲେ ବୁଲୁଛନ୍ତି ଗାଈ ପଲ । ଦିନ ତ ଦିନ ସନ୍ଧ୍ୟା ହେଲେ ଏହି ବୁଲା ଗୋରୁ ଗାଈ ଭିଡ଼ ବଢି ଯାଉଛି ଯାହା ଏବେ ସମସ୍ୟା ଭାବେ ଛିଡା ହୋଇଛି । ସହର ଭିତରେ ଥିବା ମୁଖ୍ୟ ଗାନ୍ଧୀ ଛକ, ମାଣିକେଶ୍ଵରୀ ଛକ, ଗାନ୍ଧୀ ମାର୍ଗ, ଜେଲଖାନା ଛକ, କଲେଜ ଛକ ଓ ଷ୍ଟେସନ ରୋଡ଼ ଆଦି ସ୍ଥାନରେ ଶହ ଶହ ଗାଈଗୋରୁ ଶୋଇ ରହୁଥିବା ଦେଖିବାକୁ ମିଳୁଛି ।

ଏହି ସବୁ ଛକ ଗୁଡିକ ସହରର ମୁଖ୍ୟ ତଥା ଜନ ଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଦୈନିକ ଶହଶହ ଲୋକ ଯାତାୟତ କରନ୍ତି । ବହୁ ସଂଖ୍ୟାରେ ଗାଡି ମୋଟର ଚଳାଚଳ ହୁଏ । କିନ୍ତୁ ଦିନରାତି ଗାଈଗୋରୁ ଛକ ଗୁଡିକୁ କବ୍ଜା କରି ରଖୁଥିବାରୁ ଯାତାୟତରେ ଅସୁବିଧା ହେଉଛି । ଆଉ ଏନେଇ ଅନେକ ସମୟରେ ବି ଦୁର୍ଘଟଣା ଘଟୁଛି । ଫଳରେ ଉଭୟ ମଣିଷ ଓ ଗାଈଗୋରୁଙ୍କ ଜୀବନ ଯାଉଛି ।

ଗାଈଗୋରୁ ପାଳନ କରିଥିବା ସହରାଞ୍ଚଳର ଲୋକେ ନିଜ ନିଜ ଗାଈଗୋରୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡି ଦେଉଛନ୍ତି । ସେମାନଙ୍କ ପାଇଁ କୌଣସି କଟକଣା ଜାରି କରା ଯାଉନାହିଁ । ଫଳରେ ଗାଈପଲ କେବଳ ଯେ ସହର ଭିତରେ ଏଭଳି ସମସ୍ୟା ସୃଷ୍ଟି କରୁଛନ୍ତି ତାହା ନୁହେଁ ବରଂ ୨୬ ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟ ଶୋଇ ରହୁଛନ୍ତି । ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି କେତେବେଳେ ଗାଈଗୋରୁଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ମଧ୍ୟ ଜୀବନ ହାନି ହେଉଛି । ଅନେକ ସମୟରେ ସହରାଞ୍ଚଳର ଏହି ବୁଲା ଗାଈଗୋରୁ ଆଖ ପାଖ ଗ୍ରାମଞ୍ଚଳକୁ ଯାଇ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ଏନେଇ ଚାଷୀମାନେ ମଧ୍ୟ ପ୍ରଶାସନକୁ ବହୁବାର ଗୁହାରି କରୁଛନ୍ତି । କିନ୍ତୁ ଭବାନୀପାଟଣା ସହରରେ ବୁଲା ଗାଈଗୋରୁ ନିୟନ୍ତ୍ରଣ କରିବାକୁ କୌଣସି ପ୍ରକାର ଉଦ୍ୟମ ହେଉ ନାହିଁ ।

ଏଠାରେ କାଞ୍ଜିଆ ହୁଦା ନଥିବାରୁ ତାହା ସମ୍ଭବ ହୋଇ ପାରୁ ନାହିଁ । ଭବାନୀପାଟଣା ପୌର ପରିଷଦର ନିଜସ୍ବ କାଞ୍ଜିଆ ହୁଦା ନଥିବା ନିଶ୍ଚିତ ଭାବେ ସରକାରୀ ଉଦାସୀନତାର ନମୁନା । ଏହାଛଡା କଟକଣାକୁ ଖାତିରି ନକରି ମନ ଇଚ୍ଛା ଗାଈଗୋରୁ ବାହାରକୁ ଛାଡି ଦେଉଥିବା ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ମଧ୍ୟ ପୌର କର୍ତ୍ତୃପକ୍ଷଙ୍କ ଅବହେଳା ବୋଲି ଅଭିଯୋଗ ହେଉଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.