ETV Bharat / state

କୁମ୍ବିଂ ଅପରେସନ ବନ୍ଦ କରିବାକୁ କଳାହାଣ୍ଡି ଏସପିଙ୍କୁ ମାଓବାଦୀଙ୍କ ଧମକ

author img

By

Published : Nov 3, 2020, 10:55 PM IST

କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ମାଓବାଦୀ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମାଓ ଅଧ୍ୟୁଷିତ ମାଣିକେରା ଅଞ୍ଚଳରେ ଏଭଳି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

କୁମ୍ବିଂ ଅପରେସନ ବନ୍ଦ କରିବାକୁ କଳାହାଣ୍ଡି ଏସପିଙ୍କୁ ମାଓବାଦୀଙ୍କ ଧମକ
କୁମ୍ବିଂ ଅପରେସନ ବନ୍ଦ କରିବାକୁ କଳାହାଣ୍ଡି ଏସପିଙ୍କୁ ମାଓବାଦୀଙ୍କ ଧମକ

ଭବାନୀପାଟଣା: କୁମ୍ବିଂ ଅପରେସନ ବନ୍ଦକର ନଚେତ ଉଡାଇଦେବୁ। କଳାହାଣ୍ଡି ଏସପିଙ୍କୁ ଏଭଳି ଭାବରେ ଧମକ ଦେଇଛନ୍ତି ମାଓବାଦୀ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମାଓ ଅଧ୍ୟୁଷିତ ମାଣିକେରା ଅଞ୍ଚଳରେ ଏଭଳି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏହି ମାଓ ପୋଷ୍ଟର କେକେବିଏନ(KKBN) ଡିଭିଜନ ନାମରେ ଲଗା ଯାଇଛି।

ଏହାସହ ଏହି ପୋଷ୍ଟର ମାଧ୍ୟମରେ ୩ ଜଣ ସ୍ଥାନୀୟ ପୋଲିସ ଇନଫର୍ମରଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦେବାକୁ ଧମକ ଦେଇଛନ୍ତି ମାଓବାଦୀ। କଳାହାଣ୍ଡି କନ୍ଧମାଳ ସୀମାନ୍ତରେ କୁମ୍ବିଂ ଅପରେସନ ବନ୍ଦ ନ କଲେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ମାଓବାଦୀ।

ମାଣିକେରା ଅଞ୍ଚଳରେ ସ୍ଥାନରେ ପୋଲିସ ପହଞ୍ଚି ପୋଷ୍ଟର ଉଦ୍ଧାର କରିଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଛି। ଗତକିଛି ଦିନ ହେଲା ଏହି ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ। ଫଳରେ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିବାରେ ଲାଗିଛି। ଏହାକୁ ନେଇ ପ୍ରତିହିଂସା ହୋଇ ଉଠିଛନ୍ତି ମାଓବାଦୀ।

୩ ଦିନ ତଳେ ପୋଲିସ ଡିଜି ଅଭୟ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମାଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ମାଓ ଗତିବିଧି କୁ କିପରି ଦମନ କରାଯିବ ସେନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହାସହ ମାଓବାଦୀ ମାନେ ସମାଜର ମୁଖ୍ୟସ୍ରୋତରେ କିଭଳି ସାମିଲ ହେଲେ ସେନେଇ ଆଲୋଚନା ହୋଇଥିଲା। ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସେ ଅନୁରୋଧ କରିବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସମୀକ୍ଷା ବୈଠକର ୩ ଦିନ ପରେ ସୀମାନ୍ତରେ ମାଓ ପୋଷ୍ଟର ପୋଲିସ ପାଇଁ ଏବେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.