ETV Bharat / state

ଜେଲରେ ବିଚାରଧିନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ, ଡ଼ାକ୍ତରଖାନାରେ ଉତ୍ତେଜନା - ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଭବାନୀପାଟଣା ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଜେଲରେ ବିଚାରଧିନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ,ଡ଼ାକ୍ତରଖାନାରେ ଉତ୍ତେଜନା

author img

By

Published : Aug 20, 2022, 10:22 AM IST

ଭବାନୀପାଟଣା: ଜେଲରେ ବିଚାରଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଯାହାକୁ ନେଇ ଡାକ୍ତରଖାନାରେ ଦେଖାଦେଇଛି ଉତ୍ତେଜନା । ମୃତ କଏଦୀ ଜଣକ ହେଲେ କେସିଙ୍ଗା ବାହାଦୁରପଦର ଗାଁର ହୃଦୟ କୁମାର ପୋଢ ।

ସୂଚନା ଅନୁସାରେ, ଗତ କିଛିଦିନ ତଳେ ହୃଦୟ କୁମାର ପୋଢ ଏକ ଅପରାଧିକ ମାମଲାରେ ଭବାନୀପାଟଣା ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବରେ ଥିଲେ । ଗତ ବିଳମ୍ବିତ ରାତିରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏନେଇ ହୃଦୟଙ୍କ ପରିବାର ବର୍ଗ ଖବର ପାଇଥିଲେ । ଏହା ଏକ ସ୍ବାଭାବିକ ମୃତ୍ୟୁ ନୁହେଁ ବରଂ ହୃଦୟ ପୋଢ଼ଙ୍କ ମୃତ୍ୟୁ ପଛରେ ଜେଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଜେଲରେ ବିଚାରଧିନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ,ଡ଼ାକ୍ତରଖାନାରେ ଉତ୍ତେଜନା

ଏହି ଅଭିଯୋଗଟି ସତ ହେଲେ ସାଂଘାତିକ । ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପରିବାର ବର୍ଗ ଓ ଗ୍ରାମବାସୀ ଦାବି କରିଥିବା ବେଳେ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ବ୍ୟବଚ୍ଛେଦ ଶୁକ୍ରବାର ହୋଇ ପାରିନଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ,କଳାହାଣ୍ତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.