ETV Bharat / state

ଶିକ୍ଷୟତ୍ରୀଙ୍କୁ ଅପହରଣ କରି ବିବାହ କରିବା ଅଭିଯୋଗରେ ଅଭିଯୁକ୍ତ ଗିରଫ

କଳାହାଣ୍ଡି ଜିଲ୍ଲାରେ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ । ମାରଣାସ୍ତ୍ର ଦେଖାଇ ଶିକ୍ଷୟିତ୍ରୀଙ୍କୁ କରିଥିଲେ ବିବାହ । ଅଧିକ ପଢନ୍ତୁ

author img

By

Published : Dec 24, 2022, 3:31 PM IST

ଶିକ୍ଷୟିତ୍ରୀଙ୍କୁ ଅପହରଣ, ବିବାହ କରିବା ଅଭିଯୋଗରେ ଅଭିଯୁକ୍ତ ଗିରଫ

କଳାହାଣ୍ଡି: ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ସ୍କୁଲ ଶିକ୍ଷୟତ୍ରୀ ଲୀଳାବତୀ ନାଗ । ଡିସେମ୍ବର ୧୬ ତାରିଖରେ ସ୍କୁଲରୁ ଫେରୁଥିବା ସମୟରେ ଏକ ଚାରିଚକିଆ ଯାନ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଅପହରଣ କରିଥିବା ଅଭିଯୋଗ । ଦୀର୍ଘ ସମୟ ଧରି ଶିକ୍ଷୟତ୍ରୀ ଜଣକ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଟାଉନ ଥାନା ପୋଲିସ ।

ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳର ଅଭିଯୁକ୍ତ ପ୍ରତାପ ପାତ୍ରିକା ତାଙ୍କୁ ତାଙ୍କୁ ଅପହରଣ କରିଥିଲା । ମୁନିଗୁଡା ଅଞ୍ଚଳକୁ ନେଇ ସେଠାରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ବିବାହ କରିବା ପାଇଁ ଧମକାଇଥିଲା ଅଭିଯୁକ୍ତ ପ୍ରତାପ । ଉଭୟ ଥାନାରେ ପହଁଞ୍ଚି କହିଥିଲେ ସେମାନେ ବିବାହ କରିଛନ୍ତି । ଏହା ପରେ ପୋଲିସ ଅଭିଯୁକ୍ତକୁ ଛାଡି ଦେଇଥିଲା । ହେଲେ ବର୍ତ୍ତମାନ ଏହି ଘଟଣା ଅନ୍ୟ ମୋଡ଼ ନେଇଛି ।

ଶିକ୍ଷୟିତ୍ରୀ ଜଣକ ଘଟଣା ବାବଦରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ପ୍ରତାପ ଅପହରଣ କରି ମାରଣାସ୍ତ୍ର ଦେଖାଇ ତାଙ୍କୁ ଜୋର ଜବରଦସ୍ତ ବିବାହ କରିଥିଲା । ବିବାହ ନ କଲେ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ପ୍ରତାପ । ତେଣୁ ଶିକ୍ଷୟିତ୍ରୀ ବାଧ୍ୟବାଧକତାରେ ପ୍ରତାପକୁ ବିବାହ କରିଥିଲେ । ଏନେଇ ପୁନର୍ବାର ଶିକ୍ଷୟିତ୍ରୀ ଜଣକ ଥାନାରେ ଅପହରଣକାରୀ ପ୍ରତାପ ନାମରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.