ETV Bharat / state

ଘାରିଛି ମାଓବାଦୀଙ୍କ ଭୟ, ଖାଁ ଖାଁ ଟାପରେଙ୍ଗ ଗାଁ

ମାଓବାଦୀଙ୍କ ଭୟରେ ଜନଶୂନ୍ୟ ଟାପରେଙ୍ଗ ଗାଁ । ମାଓବାଦୀଙ୍କ ଭୟରେ ଘର ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

author img

By

Published : May 16, 2023, 2:29 PM IST

silence reigns in taparang village
silence reigns in taparang village
ଘାରିଛି ମାଓବାଦୀଙ୍କ ଭୟ, ଖାଁ ଖାଁ ଟାପରେଙ୍ଗ ଗାଁ

ଭବାନିପାଟଣା: ମାଓପ୍ରବଣ ଇଲାକା କଳାହାଣ୍ଡି ଜିଲ୍ଲା । ଜିଲ୍ଲାର 13 ଗୋଟି ବ୍ଲକରୁ 11 ଗୋଟି ବ୍ଲକରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଜାରି ରହିଛି । ତେଣୁ ଏହାକୁ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ସରକାର ଘୋଷଣା କରିଥିଲେ । ଗତ 2011 ମାସିହାଠାରୁ କଳାହାଣ୍ଡି ମାଓବାଦୀଙ୍କ ଗଡ଼ ଭାବରେ ପରିଚିତ । ବିଭିନ୍ନ ସମୟରେ ମାଓ ପୋଷ୍ଟର ମାରିବା ସହ ଗାଡ଼ ପୋଡାଜଳା କରି ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛନ୍ତି ମାଓବାଦୀ । ଏଥିସହ ପୋଲିସ ଇନଫର୍ମର ସନ୍ଦେହରେ ସାଧାରଣ ଲୋଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି ।

ଗତ 9 ତାରିଖ ଦିନ ସକାଳ ସମୟରେ ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରେଙ୍ଗ ଗାଁ ଦାଣ୍ଡରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ 3 ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଏସଆଇ ଡବ୍ଲୁ ଡ଼ିଏସପି ଅତୁଳ ଦାସ ଗୁରୁତର ହୋଇଥିଲେ । ଏହି ଘଟଣାକୁ ଆଜିକୁ 6 ଦିନ ବିତିଯାଇଛି । କିନ୍ତୁ ଲୋକଙ୍କ ମନରୁ ମାଓବାଦୀଙ୍କ ଭୟ ଯାଇନି । ମାଓବାଦୀଙ୍କ ଭୟରେ ଜନ ଶୂନ୍ୟ ହୋଇ ପଡିଛି ଗାଁ ଦାଣ୍ଡ । ଭୟରେ କେହି ଘରୁ ବାହାରକୁ ବାହାରୁ ନଥିବା ବେଳେ କବାଟ ବନ୍ଦ କରି ଲୋକେ ଘର ଭିତରେ ରହୁଛନ୍ତି । ଏମିତିକି ନିଜର ଦୈନନ୍ଦିନ କାମ ପାଇଁ ମଧ୍ୟ ଲୋକେ ଘର ବାହାରୁ ଆସୁନଥିବା ଦେଖିବାକୁ ମିଳିଛି ।

ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେ ସତେ ଗାଁରେ ସତେ ଯେମିତି କର୍ଫ୍ୟୁ ଜାରି ହୋଇଛି । ଦିନ ବେଳା ପୋଲିସର ଭୟ ଓ ରାତି ହେଲେ ମାଓବାଦୀଙ୍କ ଭୟରେ ଲୋକଙ୍କ ଘରେ ଚୁଲି ମଧ୍ୟ ଜଳୁନି । ସେପଟେ ଗାଁର ଆଶା କର୍ମୀ ଲୁଚନା ପାତ୍ରଙ୍କ ଘର ସମ୍ମୁଖରେ ଏହି ଗୁଳି ବିନିମୟ ହୋଇଥିବା ବେଳେ ଘଟଣା ଦିନ ହିଁ ପୋଲିସ ଆଶା କର୍ମୀ, ତାଙ୍କ ସ୍ବାମୀ ଓ ଝିଅକୁ ଉଠାଇ ନେଇଥିଲା । ବର୍ତ୍ତମାନ ସୁଦ୍ଧା ଆଶା କର୍ମୀଙ୍କ ଶ୍ବଶୁରଙ୍କୁ ଏନେଇ ପୋଲିସ କୌଣସି ସୂଚନା ଦେଇନଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ପୋଲିସ ଛାଡି ନଥିବା ସେ ଅଭିଯୋଗ କରିଛନ୍ତି । ଆଇଜି ଅପରେସନ ଅମିତାଭ ଠାକୁର କହିଛନ୍ତି ଯେ, "ଲୋକେ ଭୟଭୀତ ହେବାର ଆବଶ୍ୟକ ନାହିଁ । ପୋଲିସ ସେମାନଙ୍କ ସହ ରହିଛି ।"

ଚଳିତ ମାସ 9 ତାରିଖରେ ଟାପରେଙ୍ଗ ସଂଗରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ପ୍ରାଦୁର୍ଭାବ ରହିଥିବା ନେଇ ପ୍ରଥମେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷ ବାହିନୀ । ଏହାପରେ ସର୍ଚ୍ଚ ଅପରେସନ କରିବା ପାଇଁ ଗ୍ରାମକୁ ଯାଇଥିବା ବେଳେ ସେହି ସମୟରେ ଟାପରେଙ୍ଗ ଗାଁର ଆଶା କର୍ମୀଙ୍କ ଘର ନିକଟରେ ମାଓବାଦୀ ଲୁଚି ରହିଥିଲେ । ଏହି ସମଯୟରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ତିନି ମାଓବାଦି ନିହତ ହୋଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.