ETV Bharat / state

ବୀରବାଦ୍ୟ ଘୁମୁରା ଶିକ୍ଷା ପାଇଁ ପ୍ରସ୍ତୁତ ହେବ ସିଲାବସ, ନିର୍ମାଣ ହେବ ଘୁମୁରା ଏକାଡେମୀ - ଘୁମୁରା ଶିକ୍ଷା ପାଇଁ ପ୍ରସ୍ତୁତ ହେବ ସିଲାବସ

ବୀରବାଦ୍ୟ ଆଖ୍ୟା ପାଇଥିବା ଘୁମୁରା ଶିକ୍ଷା ପାଇଁ ପ୍ରସ୍ତୁତ ହେବ ସିଲାବସ । ନିର୍ମାଣ ହେବ ଘୁମୁରା ଏକାଡେମୀ । ଏନେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ବୀରବାଦ୍ୟ ଘୁମୁରା ଶିକ୍ଷା ପାଇଁ ପ୍ରସ୍ତୁତ ହେବ ସିଲାବସ, ନିର୍ମାଣ ହେବ ଘୁମୁରା ଏକାଡେମୀ

author img

By

Published : Dec 14, 2022, 10:24 PM IST

ବୀରବାଦ୍ୟ ଘୁମୁରା ଶିକ୍ଷା ପାଇଁ ପ୍ରସ୍ତୁତ ହେବ ସିଲାବସ, ନିର୍ମାଣ ହେବ ଘୁମୁରା ଏକାଡେମୀ

ଭବାନୀପାଟଣା: ଆଧୁନିକତାର ଚାକଚକ୍ୟ ତଳେ ପରମ୍ପରା ହଜି ଯାଉଥିଲେ ମଧ୍ୟ ଆଜି ବି ଅନେକ ସ୍ଥାନରେ ପରମ୍ପରା ଓ ସଂସ୍କୃତିକୁ ଜାବୁଡି ଧରିଛନ୍ତି ଲୋକେ । ଏମିତି ଏକ ପରମ୍ପରାର ବାଦ୍ୟ ହେଉଛି ଘୁମୁରା । ଯାହା ବୀରବାଦ୍ୟ ଆଖ୍ୟା ମଧ୍ୟ ପାଇଛି । ତେବେ ଘୁମୁରା ଶିକ୍ଷା ପାଇଁ ପ୍ରସ୍ତୁତ ହେବ ସିଲାବସ । ନିର୍ମାଣ ହେବ ଘୁମୁରା ଏକାଡେମୀ । ଏନେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗରୁ ସୂଚନା ମିଳିଛି ।

ଘୁମୁରା ବାଦ୍ୟ କେବଳ କଳାହାଣ୍ଡି ଜିଲ୍ଲାରେ ସୀମିତ ନୁହେଁ । ଏଠିକାର କଳାକାର ଦେଶ ବିଦେଶରେ ମଧ୍ୟ ଘୁମୁରା ବାଦ୍ୟକୁ ପ୍ରଦର୍ଶିତ କରି କଳାହାଣ୍ଡି ମାଟିର କଳା ସଂସ୍କୃତିକୁ ଦେଶ ବିଦେଶରେ ଉଚ୍ଚସ୍ଥାନ ଦେଇ ପାରିଛନ୍ତି । ରାଜ ରାଜୁଡା ସମୟରେ ବୀରବାଦ୍ୟ ଘୁମୁରାକୁ ବଜାଇ କଳାହାଣ୍ଡି ମହାରାଜା ଯୁଦ୍ଧ ଡାକରା ଦେଉଥିଲେ । ଘୁମୁରାର ଘୁମୁଘୁମୁ ନାଦରେ ଥରି ଉଠୁଥିଲା ଶତୃର ଛାତି । ପରେ ପରେ ସମୟ ବଦଳିବା ସହ ଏବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଅବା ପୂଜା ପାର୍ବଣ, ପ୍ରଥମେ ପ୍ରଦର୍ଶିତ ହୁଏ ବୀରବାଦ୍ୟ ଘୁମୁରା । ଏହା କଳାହାଣ୍ଡି ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ।

ଏହି ବୀରବାଦ୍ୟକୁ ଆହୁରି ଶାଣିତ କରିବା ସହ ବର୍ତ୍ତମାନର ଯୁବପିଢିଙ୍କୁ ଆକୃଷ୍ଟ କରାଇବା ପାଇଁ ଏବେ ଆରମ୍ଭ ହୋଇଛି ଉଦ୍ୟମ । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଆରମ୍ଭ ହେବ ଘୁମୁରା ଏକାଡେମୀ । ଏଥିରେ ଯୁବପିଢ଼ି ଘୁମୁରା ଶିକ୍ଷା ଗ୍ରହଣ କରିବେ । ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ଏହି ଏକାଡେମୀ ନିର୍ମାଣ ହେବ । ଏଥିରେ ଅନେକ ଘୁମୁରା ଗୁରୁ ଯୁବପିଢ଼ିଙ୍କୁ ଘୁମୁରା ବାଦ୍ୟର ଶିକ୍ଷା ଦେବେ । ଏନେଇ ଏକ ବ୍ଲ୍ୟୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବ । ଏନେଇ ଆଜି ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଜୟନ୍ତ ବେହରା ପ୍ରମୁଖ ଯୋଗ ଦେଇ ଘୁମୁରା ବାଦ୍ୟ ଓ କଳାକାରମାନଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଘୁମୁରା ଏକାଡେମୀ ନିର୍ମାଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଖୁବଶୀଘ୍ର ଏହି ଘୁମୁରା ଏକାଡେମୀ ନିର୍ମାଣ ହେବା ନେଇ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.